fbpx

ଜାତୀୟ ରାଜପଥରେ ଟ୍ରକ୍‌କୁ ଟାର୍ଗେଟ୍ କରି ଚାନ୍ଦା ଆଦାୟ କରୁଥିଲେ ନକଲି ତହସିଲଦାର ଓ କର୍ମଚାରୀ, ଅସଲି ପୋଲିସର ହାବୁଡରେ ପଡି ଗିରଫ ହେଲେ୨ ଅଭିଯୁକ୍ତ , ଜଣେ ଫେରାର୍

ଢେଙ୍କାନାଳ (ଓଡ଼ିଶା ଭାସ୍କର): ନିଜକୁ ତହସିଲଦାର ପରିଚୟ ଦେଇ ସାଥିଙ୍କ ସହ ମିଶି ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗାଡିକୁ କରୁଥିଲେ ଟାର୍ଗେଟ । କିନ୍ତୁ କାଲି ଏହି ନକଲି ତହସିଲଦାର ଓ ତାଙ୍କର ସାଥିମାନେ ଅସଲି ପୋଲିସର ହାବୁଡରେ ପଡି ଗିରଫ ହୋଇଛନ୍ତି । ଢେଙ୍କାନାଳ ଟାଉନ ପୋଲିସ ଏଭଳି ଏକ ଘଟଣାରେ ଏକ ବୋଲେରୋକୁ ଜବତ କରିଥିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଅନ୍ୟ ଜଣେ ଫେରାର୍‌ ହୋଇଯାଇଛି । ଗିରଫ ଦୁଇଜଣ ସଦର ଥାନା ଅନ୍ତର୍ଗତ ସିଆରିଆ ଗ୍ରାମର ଅଶ୍ୱିନୀ ଧଳ ଓ କାଳୁ ଦୋରା ବୋଲି ଜଣାପଡିଛି ।

ନିଜକୁ ତହସିଲଦାର ଓ ତହସିଲ ଅଫିସ କର୍ମଚାରୀ ଭାବେ ନକଲି ପରିଚୟ ଦେଇ ଏମାନେ ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ସହରର ଉପଖଣ୍ଡ ଆନନ୍ଦ ନଗର ନିକଟରେ ବିଭିନ୍ନ ଟ୍ରକରୁ ଚାନ୍ଦା ଆଦାୟ କରୁଥିଲେ । ତେବେ ଗତ ରାତିରେ ଗୁଡିଆକାଟେଣି ଅଞ୍ଚଳରୁ ମେଣ୍ଟାଲ ବୋଝେଇ କରି ଜଗତସିଂହପୁରରୁ ରଘୁନାଥପୁର ଅଞ୍ଚଳକୁ ଯାଉଥିବା ଟ୍ରକକୁ ଅଟକାଇ ଚାନ୍ଦା ଆଦାୟ କରୁଥିବା ସମୟରେ ଖବର ପାଇ ଟାଉନ ଥାନା ପୋଲିସ୍‌ ପହଞ୍ଚି ସେମାନଙ୍କୁ କାବୁ କରିଛି । ତେବେ ଦୁଇଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ କରୁଥିବାର ପ୍ରକାଶ କରିଛନ୍ତି ଟାଉନ ଥାନା ଅଧିକାରୀା

Get real time updates directly on you device, subscribe now.