fbpx

କରଜରୁ ମୁକ୍ତି ପାଇବା ସହ ଧନର ହେବ ଆଗମନ, ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ସମୟରେ ଆୟ ଠାରୁ ବେୟ ଅଧିକ ହୋଇଯାଉଛି । ଅନେକ ସମୟରେ ନିଜର କିମ୍ବା ପରିବାରର ଆବଶ୍ୟକତା ପାଇଁ ଆମେମାନେ ଅନ୍ୟମାନଙ୍କ ଠାରୁ ଋଣ କରିଥାଉ । ତେବେ ଧୀରେ ଧୀରେ ଋଣର ଭାର ଏତେ ବଢିଯାଏ ଯେ ଋଣ ଟଙ୍କା ସୁଝୁ ସୁଝୁ ଆମର ସବୁ ଟଙ୍କା ସରିଯାଏ । ଏହି ଋଣ ଭାରକୁ ନେଇ ଲୋକମାନେ ସବୁବେଳେ ଚିନ୍ତାରେ ଥାଆନ୍ତି । ତେବ ଏମିତି କିଛି ଉପାୟ ଅଛି ଯାହାକୁ ଅନୁସରଣ କରିବା ଦ୍ୱାରା ଋଣ ବୋଝରୁ ମୁକ୍ତି ମିଳିବା ସହ ଧନ ମଧ୍ୟ ବୃଦ୍ଧି ହେବାରେ ସାହାଯ୍ୟ କରେ ।

ଉପାୟ ଗୁଡିକ ବିଷୟରେ ଜାଣନ୍ତୁ ।

-କରଜରୁ ମୁକ୍ତି ପାଇବା ପାଇଁ , ଶନିବାର ଦିନ ଗାଧୋଇବା ପରେ ସକାଳେ ଏବଂ ସନ୍ଧ୍ୟାରେ ଅଶତ୍ୱତ୍ଥ ଗଛର ପୂଜା କରନ୍ତୁ । ଏହା ସହ ଅଟାରେ ତିଆରି ଚାରିମୁଖୀ ଦୀପ ଜଳାନ୍ତୁ । ଦୀପ ଜଳିବା ପରେ ଗଛ ଚାରିପଟେ ୧୧ଥର ପରିକ୍ରମା କରି ନିଜର ସମସ୍ୟା ବଷୟରେ ଜଣାନ୍ତୁ । ଏହାପରେ ନିଜ ଉଚ୍ଚତା ମାପର କଳା ସୂତାକୁ ନେଇ ଏକ ନଡିଆରେ ଗୁଡାନ୍ତୁ । ଏହା ପରେ ନଡିଆକୁ ନେଇ ପାଣିରେ ଭସାଇ ଦିଅନ୍ତୁ । ଏହା କରିବା ଦ୍ୱାରା ଋଣର ପରିମାଣ ଧୀରେ ଧୀରେ କମିବା ସହ, ଧନ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ ।

-ସୋମବାର ଦିନ ଏକ ରୁମାଲ, ରୂପା ପତ୍ର, ୫ଟି ଗୋଲାପ ଫୁଲ, କିଛି ଚାଉଳ ଗୁଣ୍ଡ ନେଇ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀ ମନ୍ଦିରକୁ ଯାଆନ୍ତୁ । ଏହା ପରେ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ସାମ୍ନାରେ ରୁମାଲଟିକୁ ରଖିଦିଅନ୍ତୁ । ଏହା ପରେ ୨୧ଥର ଗାୟତ୍ରୀ ମନ୍ତ୍ର ଜପ କରି ବାକି ଜିନିଷ ଗୁଡିକୁ ରୁମାଲରେ ରଖନ୍ତୁ । ଯେତେବେଳେ ସମସ୍ତ ଜିନିଷ ରୁମାଲ ଉପରେ ରହିଯିବ, ସେତେବେଳେ ସବୁ ଜିନିଷକୁ ଏକାଠି କରି ଭଗବାନଙ୍କୁ କରଜରୁ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ । ତେବେ ଏହି ଉପାୟ ଆପଣଙ୍କୁ ଲଗାତାର ୭ ସୋମବାର କରିବାକୁ ପଡିବ ।

-ପ୍ରତିଦିନ ୫୦ଗ୍ରାମର ମସୁର ଡାଲିକୁ ନେଇ ଦାନ କରନ୍ତୁ ଏବଂ ଭଗବାନ ଗଣେଷଙ୍କୁ ପୂଜା କରିବା ପରେ ମୋଦକକୁ ଭୋଗ ଭାବରେ ଅର୍ପଣ କରନ୍ତୁ । ଏହା ସହିତ ଶନିବାର ଦିନ ସୋରିଷ ତେଲରେ ତିଆରି ରୁଟିକୁ କଳା କୁକୁରକୁ ଖାଇବା ପାଇଁ ଦିଅନ୍ତୁ । ଏହା କରିବା ଦ୍ୱାରା ଜୀବନରେ ପ୍ରଗତିର ବାଟ ଖୋଲିବା ସହ ଋଣ ମଧ୍ୟ ହ୍ରାସ ପାଇଥାଏ ।

-ଅଟାରେ କିଛି ଗୁଡ ମିଶାଇ ରୁଟି ତିଆରି କରନ୍ତୁ । ଏହି ରୁଟି ଗୁଡିକୁ ଗୁରୁବାର ଦିନ ସନ୍ଧ୍ୟାରେ ଗାଈମାନଙ୍କୁ ଖାଇବାକୁ ଦିଅନ୍ତୁ । ଲଗାତାର ତିନି ଗୁରୁବାର ଏହି ପ୍ରତିକାର କରନ୍ତୁ । ଏହା କରିବା ଦ୍ୱାରା ଋଣ ସମସ୍ୟାରୁ ମୁକ୍ତୁ ମିଳିବା ସହ ଦାରିଦ୍ର‌୍ୟ ନଷ୍ଟ ହୋଇଥାଏ ।

Get real time updates directly on you device, subscribe now.