fbpx

ସୋନାଲିଙ୍କୁ ଗିରଫ କରାଯାଉ, ସୌମ୍ୟଙ୍କୁ ନ୍ୟାୟ ମିଳୁ: ଧାରଣାରେ ବସିଲେ ସୌମ୍ୟଙ୍କ ପରିବାର (See Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ନନ୍ଦନବିହାରର ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ୨୨ ଦିନ ବିତିସାରିଲାଣି । ସୌମ୍ୟ ଓ ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ଏକାଧିକ ଅଡିଓ କଲ୍ ପୂର୍ବରୁ ଭାଇରାଲ୍ ହୋଇଥିଲା । ସୌମ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ସୁଇସାଇଡ୍ ନୋଟରେ ସୋନାଲିଙ୍କ ନାମ ଉଲ୍ଲେଖ କରିଥିଲେ । ସମସ୍ତ ପ୍ରମାଣ ଥାଇ ବି ପୋଲିସ ସୋନାଲି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହିଁ । ତେଣୁ ଆଜି ସୌମ୍ୟଙ୍କ ପରିବାର ସୋନାଲିଙ୍କୁ ଗିରଫ ଓ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଏହି ମାମଲାରେ ଆଜି ପର୍ଯ୍ୟନ୍ତ ସୋନାଲିଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ମାତ୍ର ତାଙ୍କର ବାପା-ମାଆ ଦୁହିଁଙ୍କର ରିଲେସନସିପକୁ ସ୍ୱୀକାର କରିଥିଲେ । ଅପରପକ୍ଷେ ସୌମ୍ୟଙ୍କ ମାଆ ଓ ଭଉଣୀ ସୋନାଲିଙ୍କ ବିରୋଧରେ ବିଷୋଦଗାର କରିଆସୁଛନ୍ତି । ସୁଇସାଇଡ୍ ନୋଟରେ ସୋନାଲିଙ୍କ ନାମ ଉଲ୍ଲେଖ ଥିବାରୁ ତାଙ୍କୁ ପୋଲିସ ଗିରଫ କରିପାରିବ ବୋଲି ଅନେକ ଆଇନଜୀବୀ ମଧ୍ୟ ମତ ଦେଇସାରିଛନ୍ତି । ଏପରିକି ଆଇନ କ୍ଷେତ୍ରରେ ମହିଳାଙ୍କୁ ପୁରୁଷଙ୍କ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ଜନସାଧାରଣଙ୍କ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.