fbpx
BSKY
BJD MC SKY
BJD MS SKY

ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀ ଓ ୩ ପିଲାଙ୍କୁ ମାରିି ଆତ୍ମହତ୍ୟା କରିଲା ସ୍ୱାମୀ

ଜୌନପୁର : ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ପରିବାରର ୫ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲା । ଗାଁ ଲୋକ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ପହଞ୍ଚି ବନ୍ଦ କୋଠରୀରୁ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ସୂଚନା ଅନୁସାରେ, ଜୌନପୁର ଜିଲ୍ଲାର ମଡିୟାଡୁ ଥାନା ଅର୍ନ୍ତଗତ ଜୟରାମପୁର ଗାଁର ବାସିନ୍ଧା ନାଗଶେ ବିଶ୍ୱକର୍ମା ବୁଧବାର ସକାଳ ସମୟରେ କୌଣସି କଥାକୁ ନେଇ ସ୍ତ୍ରୀ ରାଧିକା ସହ ପାଟିତୁଣ୍ଡ କରିଥିଲେ । ଏହା ପରେ ନାଗେଶ ରାଗର ବସବର୍ତ୍ତି ହୋଇ ନିଜ ସ୍ତ୍ରୀକୁ ପ୍ରଥମେ ହତ୍ୟା କରି, ପରେ ଛୁଆ ମାନଙ୍କୁ ମାରିଥିଲା । ଶେଷରେ ନିଜେ ଆତ୍ମ୍‌ହତ୍ୟା କରିଥିଲା । ଅନେକ ସମୟ ପର୍ଯ୍ୟନ୍ତ ଘର ଭିତରୁ କେହି ବାହାରକୁ ଆସିନଥିଲେ ଏବଂ ଘରର କବାଟ ମଧ୍ୟ ବନ୍ଦ ଥିଲା । ଏହି ସବୁ ଜିନିଷରୁ ସନ୍ଦେହ କରି ପଡୋଶୀରେ ରହୁଥିବା ସଂପର୍କୀୟ ଭାଇ ପୋଲିସକୁ ଫୋନ କରି ଖବର ଦେଇଥିଲା । ଖବର ପାଇ ପୋଲିସ ତୁରନ୍ତ ଆସି ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗୀ ଭିତରକୁ ପଶୀ ଥିଲା ।

ଏହାପରେ ପୋଲିସ ବନ୍ଦ ଘରୁ ପରିବାରର ୫ଜଣଙ୍କ ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଲା । ସ୍ୱାମୀ ପ୍ରଥମେ ନିଜ ସ୍ତ୍ରୀକୁ ଲୁହା ରଢରେ ପିଟିପିଟି ହତ୍ୟା କରିବା ପରେ ଗୋଟି ଗୋଟି କରି ପିଲାମାନଙ୍କ ତଣ୍ଟି ଚିପି ହତ୍ୟା କରିଥିଲା, ସମସ୍ତଙ୍କୁ ମାରିବା ପରେ ସେ ନିଜେ ପଙ୍ଖରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ଘଟଣାସ୍ଥଳରେ ଫରେନସିକ ଦଳ ରହି ମାମଲାର ତଦନ୍ତ ଜାରି ରଖିଛନ୍ତି । ବର୍ତ୍ତମାନ ହତ୍ୟାର ସଠିକ କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଠ ହୋଇନାହିଁ ।

Get real time updates directly on you device, subscribe now.