fbpx
BSKY
BJD MC SKY
BJD MS SKY

AIର ବଡ଼ ଖୁଲାସା: ନକଲି ଡକ୍ୟୁମେଣ୍ଟରେ ନିଆଯାଇଛି ୪୦ ଲକ୍ଷରୁ ଅଧିକ ସିମ୍

ନୂଆଦିଲ୍ଲୀ: AI ପ୍ରଯୁକ୍ତିବିଦ୍ୟାର ଚର୍ଚ୍ଚା ଖାଲି ଭାରତରେ ନୁହେଁ ସାରା ଦୁନିଆରେ ହେଉଛି । ଭାରତ ସମେତ ଅନେକ ଦେଶରେ ଏହାର ବ୍ୟବହାର କରାଯାଉଛି । ଭାରତରେ AI ବଡ଼ ସଫଳତା ହାସଲ କରିଛି । ଏକ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏହାରି ମଧ୍ୟରେ ଏକ ଷ୍ଟଡି କରାଇଛି । ଯେଉଁଥିରେ ମନ୍ତ୍ରଣାଳୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରିଛି । ଏହି ସର୍ଭେରୁ ଖୁଲାସା ହେଇଛି ଯେ, ଏପର୍ଯ୍ୟନ୍ତ ଭାରତରେ ସମୁଦାୟ ୮୭.୮୫ କୋଟି ମୋବାଇଲ କନେକସନର ତନ୍ନଖୀ କରାଯାଇଛି । ଯେଉଁଥିରେ ୪୦.୮୭ ଲକ୍ଷ ନକଲି ଡକ୍ୟୁମେଣ୍ଟ ବ୍ୟବହାର କରିଛନ୍ତି ।

ସୂଚନା ଅନୁଯାୟୀ, ଭାରତରେ ସମୁଦାୟ ୧୩୧ କୋଟି ସବସ୍କ୍ରାଇବର ଅଛନ୍ତି, ଯେଉଁଥିରେ ୨୨ ଲାଇସେନ୍ସ ସର୍କଲରେ ଅଛନ୍ତି । ବର୍ତ୍ତମାନ ଫେସ-୧ର ଏନାଲାଇଜ କରାଯାଉଛି । ଯେଉଁଥିରେ ୮୭.୮୫ କୋଟି କନେକସନର ବିଶ୍ଳେଷଣ ହୋଇଛି । ଏହି ସୂଚନା ଇଣ୍ଡିଆନ ଏକ୍ସପ୍ରେସ ପ୍ରକାଶ କରିଥିଲା । ରିପୋର୍ଟରେ କୁହାଯାଇଛି ଯେ, ମନ୍ତ୍ରଣାଳୟ ଏଏସଟିଆର ଆଡଭାନ୍ସ ସିଷ୍ଟମର ବ୍ୟବହାର କରୁଛି । ଏଥି ସହ ୩୮ ଲକ୍ଷ ନମ୍ବର ବନ୍ଦ ହୋଇଯାଇଛି । ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଣ୍ଡ ଫେସିଆଲ ରିକଗନାଇଜେସନ ସିଷ୍ଟମ ଅଟେ । ଯାହା ଟେଲିକମ ସିମ ସବସ୍କ୍ରାଇବର ପାଇଁ ବ୍ୟବହାର କରାଯାଏ ।

ଏଆଇ ଷ୍ଟଡି ପୂର୍ବରୁ ଫେସ ସର୍ଭିସରେ ଜଣାପଡିଥାଏ ଯେ, ଏହି ସିମକୁ ବଞ୍ଚାଇବା ଲାଗି ୪୪,୫୮୨ ସେଲ୍ସ ପଏଣ୍ଟ ରହିଛି । ଏହି ଟେଲିକମ ସର୍ଭିସ ପ୍ରୋଭାଇଡରର ସିମ ବିକ୍ରି କରିଥାଏ । ଷ୍ଟଡିରେ ଖୁଲାସା ହୋଇଛି ଯେ, ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ ୪୪,୫୮୨ ପିଓଏସର ବ୍ଲକଲିଷ୍ଟ କରାଯାଇଛି । ଭାରତରେ ଏପର୍ଯ୍ୟନ୍ତ ୧୫୭୫ ଫ୍ରଡ ପିଓଏସ ବିରୋଧରେ ୧୮୧ ଏଫଆଇଆଇ ଦାଖଲ କରାଯାଇଛି । ଷ୍ଟଡିରେ ଜାମ୍ମୁ ଆଣ୍ଡ କାଶ୍ମୀର ସ୍ଥିତ ୧.୨୦ କୋଟି ମୋବାଇଲ କନେକସନର ମଧ୍ୟ ଆନାଲାଇଜ କରାଯାଇଛି । ଏଠାରେ ୧୫୧୯୪ କନେକ୍ସନ ଫର୍ଜି ଡକ୍ୟୁମେଣ୍ଟରେ ନିଆଯାଇଛି । ଜାମ୍ମୁରେ ୧୪,୪୯୪ ଫ୍ରଡ କନେକସନ ବନ୍ଦ କରାଯାଇଛି ଏବଂ ୩୦୨୪ ପିଓଏସ ମଧ୍ୟ ବ୍ଲକ ଲିଷ୍ଟରେ ଅଛି ।

Get real time updates directly on you device, subscribe now.