ପୁରୀ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ବଳଙ୍ଗା ପୀଡିତାଙ୍କର ମୃତ୍ୟୁ ହୋଇଥିବାବେଳେ ପୀଡ଼ିତାଙ୍କ ପରିବାର ଲୋକେ ଫେରାର ଅଛନ୍ତି। ଯାହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
କଣ’ ଏହି ଘଟଣାରେ ପରିବାର ଲୋକେ ସମ୍ପୃକ୍ତ ଅଛନ୍ତି କି ? କ’ଣ ପାଇଁ ସେମାନେ ଫେରାର ହୋଇଯାଇଛନ୍ତି? ଏହିଭଳି ଅନେକ ପ୍ରଶ୍ନ ଲୋକଙ୍କ ମନକୁ ଆସୁଛି। କିନ୍ତୁ ଏସବୁକୁ ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।
ତେବେ ସଂଧ୍ୟା ୬ଟା ୨୨ରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବଳଙ୍ଗା ପୀଡିତା। ଗତ ୧୯ ତାରିଖରେ ଘଟିଥିଲା ଘଟଣା । ନୂଆ ଗୋପାଳପୁର ଗାଁର ପୀଡ଼ିତାଙ୍କୁ କିରାସିନ ପକାଇ ପୋଡି ଦେଇଥିଲେ ଦୁର୍ବୁତ୍ତ। ପ୍ରଥମେ ପିପିଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ଭୁବନେଶ୍ବର ଏମସକୁ ହୋଇଥିଲେ ସ୍ଥାନାନ୍ତର। ଶେଷରେ ଦିଲ୍ଲୀ ଏମସକୁ ହୋଇଥିଲେ ଏୟାରଲିଫ୍ଟ । ଘଟଣାର କ୍ରାଇମବ୍ରାଞ୍ଚ କରୁଥିଲା ତଦନ୍ତ ।