fbpx

ପ୍ରସିଦ୍ଧ ଲେଖକ ତାରେକ ଫତହଙ୍କ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ସ୍ତମ୍ଭକାର ତଥା ଲେଖକ ତାରେକ ଫତହ ଆଉ ନାହାନ୍ତି । ତାରେକ କ୍ୟାନସରରେ ସଂକ୍ରମିତ ହୋଇ ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ନେଇ ତାଙ୍କ ଝିଅ ନତାଶା ଫତହ ସ୍ପଷ୍ଟ କରିଛନ୍ତି । ‘ପଞ୍ଜାବର ସିଂହ, ହିନ୍ଦୁସ୍ତାନର ସନ୍ତାନ ଆଉ ନାହାନ୍ତି’ ବୋଲି ନତାଶା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୩ ଦିନ ପୂର୍ବରୁ ତାରେକଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ସୃଷ୍ଟି ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।

ତାରେକ ଇସଲାମ ଓ ଆତଙ୍କବାଦ ଉପରେ ନିଜର ପ୍ରଗତିଶୀଳ ବିଚାର ପାଇଁ ବେଶ୍ ଜଣାଶୁଣା ଥିଲେ । ତାରେକ ପାକିସ୍ତାନ ବିପକ୍ଷରେ ଉଗ୍ର ମନୋଭାବ ପୋଷଣ କରୁଥିଲେ । ସେ ଭାଜପା ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାରଙ୍କୁ ଅଧିକାଂଶ ସମୟରେ ସମର୍ଥନ କରୁଥିଲେ । ସେ ଗତ ୧୯୪୯ରେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୯୦୮୦ ଦଶକ ପ୍ରାରମ୍ଭରେ ସେ କାନାଡ଼ା ଚାଲିଯାଇଥିଲେ ।

ଏକାଧିକ ଭାଷାରେ ତାରେକଙ୍କର ଜ୍ଞାନ ରହିଥିଲା । ସେ ହିନ୍ଦି, ଇଂରାଜୀ, ଉର୍ଦୁ, ପଞ୍ଜାବୀ ଓ ଅରବୀ ଆଦି ଭାଷା ଜାଣିଥିଲେ । ମାନବିକ ଅଧିକାର କର୍ମୀ ଭାବେ ତାରେକ ବେଶ୍ ପରିଚିତ ଥିଲେ । ଫିଲ୍ମ ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତୀ ତାରେକଙ୍କ ମୃତ୍ୟୁ ଖବର ପାଇବା ପରେ ଶୋକବ୍ୟକ୍ତ କରିଛନ୍ତି । ତାରକ ଜଣେ ମଜାଳିଆ, ବିଚାରକ, ଉଚ୍ଚକୋଟୀର ବକ୍ତା, ନିର୍ଭିକ ଯୋଦ୍ଧା ଭାବେ ପରିଗଣିତ ହେଉଥିଲେ । ତାରେକଙ୍କ ବନ୍ଧୁ ରୂପେ ପାଇ ସେ ବେଶ୍ ଖୁସି ବୋଲି ବିବେକ କହିଛନ୍ତି ।

Get real time updates directly on you device, subscribe now.