fbpx

ପରଲୋକରେ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ପାଇଲଟ ବାବା: ପାକିସ୍ତାନ ସହ ଦୁଇଥର ଯୁଦ୍ଧ ଲଢ଼ିଥିଲେ, ଏବେ ନିଜେ ହାରିଗଲେ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧି ଆଧ୍ୟାତ୍ମିକ ଗୁରୁ ଓ ଜୁନା ଅଖାଡ଼ାର ମହାମଣ୍ଡଲେଶ୍ୱର, ପାଇଲଟ ବାବାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଦୀର୍ଘ ସମୟ ଧରି ବୀମାର କାରଣରୁ ପାଇଲଟ ବାବା ଦିଲ୍ଲୀର ଆପୋୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ହରିଦ୍ୱାରରେ କରାଯିବ । ପାଇଲଟ ବାବାଙ୍କ ପ୍ରକୃତ ନାମ କପିଲ ସିଂହ ଥିଲା । ସେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଭାବେ କାର୍ଯ୍ୟ କରିବା ସହିତ ପାକିସ୍ତାନ ସହ ଦୁଇଥର ଯୁଦ୍ଧ ଲଢ଼ିଥିଲେ । ମାତ୍ର ଆଜି ପାଇଲଟ ବାବା ଜୀବନ ଯୁଦ୍ଧରେ ନିଜେ ହାରିଯାଇଛନ୍ତି ।

ଭାରତୀୟ ବାୟୁସେନାରେ କାର୍ଯ୍ୟ କରିଥିବା କପିଲ ସିଂହ ପରବର୍ତ୍ତୀ ସମୟରେ ସଂସ୍କାର ତ୍ୟାଗ କରି ସନ୍ନ୍ୟାସ ରାସ୍ତାକୁ ବାଛିଥିଲେ ଓ ଆଧ୍ମାତ୍ମିକ ଯାତ୍ରାରେ ବାହାରିଥିଲେ । ସେ ବିହାରର ସାସାରାମରେ ଜନ୍ମଗ୍ରହଣ କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସେ ଅର୍ଗାନିକ କେମିଷ୍ଟ୍ରିରେ ମାଷ୍ଟର୍ସ ଶିକ୍ଷାଲାଭ କରିଥିଲେ । ପାଠପଢ଼ା ସମାପ୍ତକ ରିବା ପରେ ସେ ୧୯୫୭ରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ । ୧୯୬୫ରେ ପାକିସ୍ତାନ ବିପକ୍ଷରେ ଯୁଦ୍ଧ ଲଢ଼ିବା ସମୟରେ ସେ ନିଜର ଗ୍ରେଟ ବିମାନକୁ ପାକିସ୍ତାନ ସହର ଉପରେ କମ୍ ଉଚ୍ଚତାରେ ଉଡ଼ାଇବାର ଖ୍ୟାତି ଅର୍ଜନ କରିଥିଲେ । ୧୯୭୧ ଯୁଦ୍ଧ ସମୟରେ ତାଙ୍କର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଖିବାକୁ ମିଳିଥିଲା । ଏହାପରେ ସେ ବାୟୁସେନା ଛାଡ଼ିବା ସହ ୭ ବର୍ଷ ପର୍ଯ୍ୟନ୍ତ ହିମାଳୟ ଯାତ୍ରା କରିଥିଲେ । ସେଠାରେ ସେ ତାଙ୍କର ଗୁରୁଙ୍କୁ ପାଇଥିଲେ ।

Get real time updates directly on you device, subscribe now.