fbpx

ଟ୍ରୋଲ ହେଉଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ: ‘ଆଦିପୁରୁଷ’ ପୋଷ୍ଟରକୁ ନେଇ ବିବାଦ

ନୂଆଦିଲ୍ଲୀ: ଆଜି ପବିତ୍ର ରାମନବମୀ । ତେଣୁ ଏହି ଅବସରରେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ନୂଆ ଫିଲ୍ମ ‘ଆଦିପୁରୁଷ’ର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ଦୀର୍ଘ ଦିନ ଧରି ଏହାର ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଏହା ଦର୍ଶକଙ୍କ ସାମନାକୁ ଆସିଛି । କିନ୍ତୁ ଫ୍ୟାନ୍ସମାନେ ଏହି ପୋଷ୍ଟରକୁ ଆଦୌ ଗ୍ରହଣ କରିନାହାନ୍ତି । ତେଣୁ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ବିବାଦ ।

‘ଆଦିପୁରୁଷ’ ଚଳଚ୍ଚିତ୍ରରେ ବାହୁବଳୀ ଫେମ୍ ପ୍ରଭାସ ଶ୍ରୀରାମ ଚରିତ୍ରରେ ଅଭିନୟ କରିଛନ୍ତି । ଦ୍ୱାପର ଯୁଗର ରାମାୟଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସିନେମା ଜୁନ ୧୬ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାପୂର୍ବରୁ ଆଜି ରାମ ନବମୀ ଉପଲକ୍ଷେ ‘ଆଦିପୁରୁଷ’ର ଟିମ୍ ତରଫରୁ ଏକ ପୋଷ୍ଟର ରିଲିଜ କରାଯାଇଛି । କିନ୍ତୁ ପ୍ରଶଂସକମାନେ ଏହାକୁ ପସନ୍ଦ କରିନଥିବା ଦେଖାଯାଇଛି । ବିଶେଷ କରି ପ୍ରଭାସଙ୍କ ଫ୍ୟାନ ଏହାକୁ ଦେକି ନିରାଶ ହୋଇଛନ୍ତି । ପୋଷ୍ଟରରେ ଅନେକ ତ୍ରୁଟି ପାଇଥିବା ବେଳେ ଏହାକୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଏପରିକି ଫିଲ୍ମକୁ ରିଲିଜ ନ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ପ୍ରଶଂସକ ।

 

View this post on Instagram

 

A post shared by Prabhas (@actorprabhas)

ତେବେ ଫିଲ୍ମର ପୋଷ୍ଟର ରିଲିଜ ହେବା ପରେ ପ୍ରଥମ ଥର ପାଇଁ ପ୍ରଭାସ ଏପରି ଯ୍ରୋଲ ହେଉଛନ୍ତି । ଏହି ପୋଷ୍ଟରରେ ସୀତା ଚରିତ୍ରରେ ଅଭିନୟ କରିଥିବା କ୍ରିତି ସାନନଙ୍କ ମୁହଁରେ ଏକ ଛାଇ ଦେଖିବାକୁ ମିଳିଛି । ତେଣୁ ଫ୍ୟାନ୍ସ ଏହାର ଏଡିଟିଂ ଟିମକୁ ନେଇ ନିରାଶ ବ୍ୟକ୍ତ କରିଛନ୍ତି । ଏହାସହ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠାଇଛନ୍ତି ଟ୍ରୋଲର୍ସ । ତେବେ ପ୍ରଭାସ ଏବଂ କ୍ରତିଙ୍କ ବ୍ୟତୀତ ଲକ୍ଷ୍ମଣ ଭୂମିକାରେ ସନି ସିଂହ, ହନୁମାନ ଭୂମିକାରେ ଦେବଦତ୍ତ ନାଗେ ଏବଂ ରାବଣ ଭୂମିକାରେ ରହିଛନ୍ତି ସୈଫ ଅଲୀ ଖାନ୍ ।

Get real time updates directly on you device, subscribe now.