fbpx

ଅକ୍ଷୟ କୁମାରଙ୍କ ଜନ୍ମ ଦିନରେ ଫ୍ୟାନମାନେ ଖିଲାଡ଼ି ଷ୍ଟାରଙ୍କୁ ଦେଲେ Return Gift

ମୁମ୍ବାଇ : ଦୁନିଆର ସବୁଠାରୁ ବଡ ଏବଂ ସକସେସଫୁଲ ରେସ୍କ୍ୟୁ ଥ୍ରୀଲର ‘ମିଶନ ରାନୀଗଞ୍ଜ’ର ଗୋଟିଏ ଝଲକ ପୁରା ଦେଶକୁ ଆଶ୍ଚର୍ଯ୍ୟ କରିଛି । କିଛି ଦିନ ପୂର୍ବରୁ ଏହାର ଫଟୋ ମୋସନ ପୋଷ୍ଟର ରିଲିଜ କରିଥିଲେ ଏହା ପରେ ଫିଲ୍ମର ଟିଜର ରିଲିଜ୍ ହୋଇଥିଲା । ଏହା ଦର୍ଶକମାନଙ୍କ ଆଗ୍ରହ ବଢାଇବା ଏପରି କରାଯାଇଥିଲା । ଫିଲ୍ମର ଟିଜର ଲୋକମାନଙ୍କୁ ଆକର୍ଷଣ କରିଥିଲା । ଟିଜର ରିଲିଜ ହେବାର ୨୪ ଘଣ୍ଟା ପରେ ଏହାକୁ ୪୦ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ଏହି ଫିଲ୍ମଟି କୋଇଲା ମାଇନ ରେସ୍କ୍ୟୁ ମିଶନ କାହାଣୀ ଉପରେ ଆଧାରିତ ।

‘ମିଶନ ରାନୀଗଞ୍ଜ’ ର ଟିଜର ରିଲିଜ ହେବା ପରେ ଏହା ଲୋକମାନଙ୍କ ହୃଦୟରେ ରାଜ କରୁଛି । ଏହା ଛଡା ଏହି ଟିଜର ଇଣ୍ଟରନେଟରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏବେ ଲୋକଙ୍କ ମଧ୍ୟରେ ଏହାର କାଷ୍ଟ, ଏହାର କାହାଣୀ, ଏହାର ଭିଜୁଆଲ ଉପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ମଧ୍ୟ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଛନ୍ତି ଅକ୍ଷୟ କୁମାର ତାଙ୍କର ପୁରୁଣା ରୋଲକୁ ଫେରି ଯାଇଛନ୍ତି ।

ମିଶନ ରଜନୀଗଞ୍ଜ ସୋସିଆଲ ମିଡିଆରେ ଧମାକା କରୁଛି । ଏହା ୨୪ ଘଣ୍ଟା ମଧ୍ୟରେ ତାହାର କମାଲ ଦେଖାଇଛି । ଯାହା ଲାଗୁଛି କାହାଣୀ ଜାଣିବା ପାଇଁ ଲୋକଙ୍କ ମନରେ ଅଧିକ ଆଗ୍ରହ ରହିଛି । ଏହି ଫିଲ୍ମରେ ଅକ୍ଷୟକୁମାର ପରିଣିତି ଚୋପ୍ରାଙ୍କ ସହିତ କାମ କରିଛନ୍ତି । ଏଥିରେ ପ୍ରତିଭାଶାଳି ଷ୍ଟାରମାନଙ୍କ ଦ୍ୱାରା ଏହି ଫିଲ୍ମ ହୋଇଛି । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ । ୧୯୮୯ରେ ପଶ୍ଚିମ ବଙ୍ଗରେ ରାନୀଗଞ୍ଜ କୋଇଲା ଖଣିରେ ପାଣି ପସିବା ପରେ ସେମାନଙ୍କୁ କିପରି ଭାବରେ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ । ତେବେ ଭାରତର ଜଣେ ବ୍ୟକ୍ତି ଯିଏ ପ୍ରଥମେ କୋଇଲା ମାଇନ ରେସସ୍କ୍ୟୁର ଦାୟୀତ୍ୱ ନେଇଥିଲେ ସେହି କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ।

Get real time updates directly on you device, subscribe now.