fbpx

ଫେରୱେଲ ପାର୍ଟିରେ ସୁନ୍ଦର ଦେଖାଯିବାକୁ ଚାହାନ୍ତି, ବ୍ୟବହାର କରନ୍ତୁ ଏହି ଡ୍ରେସ୍

Advertisement

ଓଡିଶା ଭାସ୍କର: ଭଗବାନଙ୍କ ଅପରୂପ ସୃଷ୍ଟିରେ ନାରୀ ଅଟେ ସୌନ୍ଦର୍ଯ୍ୟର ପ୍ରତୀକ । ପ୍ରତ୍ୟେକ ଝିଅ ସୁନ୍ଦର ଦେଖାଯିବାକୁ ଚାହାନ୍ତି । ସେଥିପାଇଁ ଭିନ୍ନ ଭିନ୍ନ ପୋଷାକର ବ୍ୟବହାର ସେମାନଙ୍କୁ ଭିନ୍ନତା ଆଣିଦିଏ । ନିଜର କଟ୍ୟୁମ ପ୍ରତି ମଧ୍ୟ ସେମାନେ ବେଶ୍ ସଜାଗ ଥାଆନ୍ତି । ଭଲ ଡ୍ରେସିଂ ସେମାନଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ । ଆଉ ଯଦି ଫେରୱେଲ କଥା ଆସେ, ତେବେ ଝିଅମାନେ ଖୁସି ହେବା ସହ ବ୍ୟସ୍ତ ମଧ୍ୟ ହୋଇ ଯାଆନ୍ତି ନିଜ ଡ୍ରେସକୁ ନେଇ । ସେମାନେ ଫେରୱେଲରେ କେମିତି ଭଲ ଦେଖାଯିବେ, କ’ଣ ପିନ୍ଧିବେ ଜାଣି ପାରନ୍ତି ନାହିଁ । ତାହା ଜାଣିବା ପାଇଁ ସେମାନେ ଅଧିକ ଆଗ୍ରହ ପ୍ରକାଶ କରନ୍ତି । ଫେରୱେଲ ପାର୍ଟିରେ ଝିଅମାନଙ୍କ ଡ୍ରେସିଂଙ୍କୁନେଇ ଜାଣିବା…
ପ୍ରତ୍ୟେକ ଝିଅ ଫେରୱେଲ ପାର୍ଟିରେ ସୁନ୍ଦର ହୋଇ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବାକୁ ଚାହାନ୍ତି । ଏହି ସମୟରେ ସେମାନେ ନିଷ୍ପତ୍ତି ନେଇ ପାରନ୍ତିନି କେଉଁ ଡ୍ରେସ ତାଙ୍କୁ ବେଶୀ ସୁଟ କରିବ । ଫେରୱେଲ ପାର୍ଟିରେ ଆପଣ କ୍ଲାସିକ ବ୍ଲାକ ଡ୍ରେସ ପରିଧାନ କରିପାରିବେ । ଯାହା ସେମାନଙ୍କୁ ଅଲଗା ଲୁକ ଦେଇ ପାରିବ । ତାହାସହିତ ନାଲି ରଙ୍ଗର ଆଉଟଫିଟ ସହ ନିଜକୁ ଷ୍ଟାଇଲିସ ଲୁକ ଦେଇ ନିଜର ସୌନ୍ଦର୍ଯ୍ୟକୁ ବଢାଇପାରିବେ । ଅନେକ ଝିଅ ଏମିତି ପାର୍ଟିରେ ହିଲ୍ସ ପିନ୍ଧିବାକୁ ପସନ୍ଦ କରନ୍ତି । ଏ କ୍ଷେତ୍ରରେ ସେମାନେ ଗୋଲଡେନ ଜ୍ୟାକେଟ ଟ୍ରାଏ କରି ପାରିବେ । ଯଦି କୌଣସି ଝିଅ ଫୁଲ ସ୍ଲିବରେ ଡ୍ରେସିଂ କରିବାକୁ ଚାହାନ୍ତି,ତେବେ ସେମାନେ ପର୍ପଲ ରଙ୍ଗର ସଟ ଡ୍ରେସ ଟ୍ରାଇ କରି ପାରିବେ ।

Get real time updates directly on you device, subscribe now.