fbpx
BSKY SKY
BSKY SKY

୫୧ ଦିନରେ ଚାଷୀ ଆନ୍ଦୋଳନ, ଆଜି ହେବ ପୁଣି ଆଲୋଚନା

BSKY

ନୂଆଦିଲ୍ଲୀ, ୧୫ା୧: ଚାଷୀ ଆନ୍ଦୋଳନକୁ ୫୧ ଦିନ ବିତିଯାଇଥିଲେ ମଧ୍ୟ ସମାଧାନର କୌଣସ ସୂତ୍ର ବାହାରି ପାରିନାହିଁ । ତେଣୁ ଆଜି ପୁଣି ଥରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୈଠକ ବସିବ । ଆଜି ଦିନ ୧୨ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ତେବେ ଆଜିର ବୈଠକରେ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି । ଚାଷୀ ଆନ୍ଦୋଳନରେ ଅନେକ ଚାଷୀଙ୍କ ମୃତ୍ୟୁ ଘଟିଥିବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ କେନ୍ଦ୍ର ସରକାର ଆଜି କିଛି ବଡ଼ଧରଣର ନିଷ୍ପତ୍ତି ଗ୍ରହଣ କରିପାରନ୍ତି ବୋଲି ଆଭାସ ମିଳିଛି ।

ଅପରପକ୍ଷେ ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ସରକାର ଆଜିର ବୈଠକରେ ଯଦି ଚାଷୀଙ୍କ ଦାବି ଗ୍ରହଣ ନ କରନ୍ତି, ତେବେ ଚାଷୀମାନେ ଆସନ୍ତା ୧୮ ତାରିଖରେ ମହିଳା କିଷାନ ଦିବସ ପାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.