fbpx

ତିଆରି ହେବ ଏକ୍ସପ୍ରେସୱେ, ଘର ଘୁଞ୍ଚାଇଲେ ଚାଷୀ…

ରାସ୍ତା ନିର୍ମାଣ ପାଇଁ ଘର ଘୁଞ୍ଚାଇଲେ ଚାଷୀ । ପଞ୍ଜାବର ଜଣେ ଚାଷୀ ନିଜ ଘରକୁ ଏହାର ପ୍ରକୃତ ସ୍ଥାନରୁ ୫୦୦ ଫୁଟ୍ ଦୂରକୁ ଘୁଞ୍ଚାଉଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ହେଉଥିବା ଏକ୍ସପ୍ରେସୱେ ପାଇଁ ଏଭଳି କରୁଛନ୍ତି ସେ । ପଞ୍ଜାବର ଶୁଖୱିନନ୍ଦର ସିଂହ ସୁଖୀ ନାମକ ଏହି ଚାଷୀ ନିଜ ଘରକୁ ଘୁଞ୍ଚାଉଛନ୍ତି ।

ପଞ୍ଜାବ ସାଙ୍ଗରୁରର ରୋଶନୱାଲା ଗ୍ରାମର ଚାଷୀ(Farmer) ସୁଖୱିନ୍ଦର ସିଂହ । ସେ ତିଆରି କରୁ୍ଥିବା ଘର ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ ରାସ୍ତାରେ ଆସୁଥିବାରୁ ଏଥିପାଇଁ ତାଙ୍କୁ ଘରକୁ ଭାଙ୍ଗିବାକୁ କୁହାଯାଇଥିଲା, ଏଥିପାଇଁ ସୁଖୀଙ୍କୁ ପଞ୍ଜାବ ସରକାର କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ଥିଲେ କିନ୍ତୁ ସେ ଏହାକୁ ଭାଙ୍ଗି ପୁଣି ନୂଆ ଘର ତିଆରି କରିବାକୁ ମନା କରିଦେଇଥିଲେ ଏବଂ ଏହାପରେ ଘରକୁ ଘୁଞ୍ଚାଇବାକୁ ଅନ୍ୟସ୍ଥାନକୁ ମନସ୍ଥ କରିଥିଲେ ।

ଏବେ ତାଙ୍କ ଘର ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଘୁଞ୍ଚାଯାଉଛି । ସୁଖୱିନନ୍ଦର କହିଛନ୍ତି ଯେ ସେ ଘରକୁ ତିଆରି କରିବାରେ ୧.୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ନିର୍ମାଣ ହେଉଥିବା ଏକ୍ସପ୍ରେସୱେ କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରୋଜେକ୍ଟ ଅଧୀନରେ ହେଉଛି । ଏହାର ନିର୍ମାଣ ପରେ ହରିୟାଣା, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀର ସମୟ କମ୍ ଲାଗିବ ।

Get real time updates directly on you device, subscribe now.