fbpx
BSKY
BJD YOUTH SKY
BJD MS SKY

ଚାଷୀ ଆନ୍ଦୋଳନ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡା ଭତ୍ସନା, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୧ ।୧: କୃଷି ଆଇନ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ମଧ୍ୟ ସୁପ୍ରିମକୋର୍ଟ ଅସନ୍ତୋଷ ହୋଇଛନ୍ତି । ଏହା ସହ ଚାଷୀଙ୍କ ସହ ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ହୋଇ ପ୍ରଶ୍ନ କହିଛନ୍ତି ଯେ, ‘ବୟସ୍କ ଲୋକ ଥଣ୍ଡାରେ କାହିଁକି ଆନ୍ଦୋଳନ କରୁଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ହେବ ଦରକାର । ଯଦି ସରକାର କିଛି କୃଷି ଆଇନକୁ ଲାଗୁ କରିବା ନେଇ ରୋକ୍ ନଲଗାଇବେ ତେବେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ । କୃଷି ଆଇନକୁ ସ୍ଥଗିତ ରଖି କମିଠି ଗଠନ କରାଯାଉ । ଯଦି କୃଷକ ବିରୋଧ କରୁଛନ୍ତି, ତେବେ କମିଟି ଏହାର ସମାଧାନ କରିବ ।’

Get real time updates directly on you device, subscribe now.