fbpx

ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା ଲାଭ କଲା ସ୍ମାର୍ଟ ସିଟି ଭୁବନେଶ୍ୱର

ଭୁବନେଶ୍ୱର, ୧୧ା୧ (ଓଡିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମକୁ ମିଳିଛି ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା । କ୍ୟୁସିଆଇ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଓ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଏହି ମୂଲ୍ୟାୟନ କରାଯାଇଛି । ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା ହେଉଛି ସ୍ୱଚ୍ଛ ଭାରତ ମିଶନର ଏକ ସୂଚକାଙ୍କ । ଓଡିଏଫ୍ ସ୍ଥିତି ଜାଣିବା ପାଇଁ ଯେଉଁ ସବୁ ସୂଚକାଙ୍କ ଓ ସେବା ବ୍ୟବସ୍ଥାରେ ପରିବର୍ତ୍ତନ ଦରକାର, ସେସବୁ ଭୁବନେଶ୍ୱର ମହାନଗର ନିଗମ ପୂରଣ କରିଛି । ଏନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ଏହି ମାନ୍ୟତା ପାଇଁ ବିଏମସି ପକ୍ଷରୁ ଗତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ଆବେଦନ କରାଯାଇଥିଲା । ତେବେ କୋଭିଡ-୧୯ ପାଇଁ ଏହି ପ୍ରକ୍ରିୟା କିଛି ମାସ ସ୍ଥଗିତ ରହିଥିଲା । ଗତ ମାସରେ ଏଥିପାଇଁ ନିୟୋଜିତ ସଂସ୍ଥା ଭୁବନେଶ୍ୱର ଆସି କ୍ଷେତ୍ର ମୂଲ୍ୟାୟନ କରିଥିଲା ।

Get real time updates directly on you device, subscribe now.