fbpx

ଆଜି ଚାଷୀଙ୍କ ‘ଚକାଜାମ’

ନୂଆଦିଲ୍ଲୀ,୬ ।୨: ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ ‘ଚକାଜାମ’ କରିବାକୁ ଯାଉଛନ୍ତି କୃଷକ । ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଚାଷୀମାନେ ୩ ଘଣ୍ଟିଆ ଚକାଜାମ କରିବେ । ଜାତୀୟ ଓ ରାଜ୍ୟ ରାଜପଥରେ ଅଖ, ଚକ ବନ୍ଦ ରହିବ । ଦିଲ୍ଲୀ, ୟୁପି ଓ ଉତ୍ତରାଖଣ୍ଡରେ ‘ଚକାଜାମ୍’ ଆନ୍ଦୋଳନ ହେବନାହିଁ । ଦିଲ୍ଲୀର ୩ଟି ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । କିନ୍ତୁ ଚାଷୀଙ୍କର ଏହି ‘ଚକାଜାମ୍’ ଆନ୍ଦୋଳନରେ ଭାରତୀୟ କିଷାନ ସଙ୍ଘ ସାମିଲ ହେବ ନାହିଁ ।

Get real time updates directly on you device, subscribe now.