ଚାଷୀଙ୍କୁ ବଡ଼ ଉପହାର: ଧାନ ଓ ଗହମ ଉପରେ ମିଳିବ ଅତିରିକ୍ତ ଫାଇଦା

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯାହାଦ୍ୱାରା ସେମାନଙ୍କର ଅର୍ଥନୈତିକ ସମସ୍ୟା ଦୂର ହୋଇପାରିବ । ଏହାରି ମଧ୍ୟରେ ମଧ୍ୟପ୍ରଦେଶ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ।

ଚାଷୀଙ୍କ ସମୃଦ୍ଧତା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ଧାନ ଉର୍ପାଜିତ ପାଇଁ ହେକ୍ଟର ପିଛା ୪୦୦୦ ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ଯାଉଛନ୍ତି । ଏହି ଟଙ୍କା ମାର୍ଚ୍ଚ ମାସରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ।

ଅନ୍ୟପଟେ ଗହମ ଉତ୍ପାଦକଙ୍କୁ ମଧ୍ୟ ବଡ଼ ରିଲିଫ୍ ଦିଆଯାଇଛି । ସେମାନଙ୍କୁ ସମର୍ଥନ ମୂଲ୍ୟ ୨୪୨୫ କ୍ୱିଣ୍ଟାଲ ପିଛା ଅତିରିକ୍ତ ୧୭୫ ବୋନସ୍ ମିଳିବ, ଯାହାଫଳରେ ଏହା କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କା ହୋଇଯିବ ।

ତେବେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କୃଷକ ପ୍ରୋନ୍ନତି ଯୋଜନା’ ଅଧିନରେ ଧାନ ଉତ୍ପାଦକଙ୍କୁ ବଡ଼ ରିଲିଫ୍ ଦେଉଛନ୍ତି । ଏହି ଯୋଜନା ଅଧିନରେ ଯେଉଁ ଚାଷୀ ନିଜ ଧାନ ଉପଜର ଉର୍ପାଜନ କରିଛନ୍ତି ଓ ସମସ୍ତ ଆବଶ୍ୟକ ପ୍ରକ୍ରିୟା ପୂରଣ କରିଛନ୍ତି, ସେମାନଙ୍କୁ ହେକ୍ଟର ପିଛା ୪୦୦୦ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବ ।