fbpx

ଚାଷୀଙ୍କ ପାଇଁ ଖୁସି ଖବର! ସାର ଉପରେ ଜାରି ରହିବ ସବସିଡି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ, ଚୀନ ପକ୍ଷରୁ ଅଧିକ କ୍ରୟ ଓ ଅନ୍ତର୍ଜାତୀୟ ସାରର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଚାଷୀଙ୍କୁ ଶସ୍ତା ମୂଲ୍ୟରେ ସାର ଯୋଗାଣ ଜାରି ରଖିବେ ସରକାର । ଏହି କାରଣରୁ ଚଳିତ ଆର୍ଥିକ ବର୍ଷରେ ବାର୍ଷିକ ସାର ସବସିଡି ୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇପାରେ ।

ଅନେକ ମହଲରେ ଉଦ୍ୱେଗ ପ୍ରକାଶ ପାଇବା ସହ ସଂସଦରେ ବିରୋଧୀ ଦଳଙ୍କ ପ୍ରଶ୍ନ ଉଠିଥିବା ବେଳେ ସୋମବାର ଏକ ବରିଷ୍ଠ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ଯେ, ମୋଦୀ ସରକାରଙ୍କ ପାଇଁ ଚାଷୀଙ୍କ ହିତ ସର୍ବୋପରି ଓ ସାର ଉପରେ ଚାଷୀଙ୍କୁ ଦିଆଯାଉଛି ସବସିଡି । ଏହା ସହ ଆଗକୁ ଏହି ସବିସିଡି ଜାରି ରହିବ ଓ ସରକାର ଏହାକୁ ଦେବା ପାଇଁ ଟିକେ ବି କୁଣ୍ଠାବୋଧ କରିବେ ନାହିଁ ।

ସୂତ୍ରରୁ ପ୍ରକାଶ ଯେ, ମେ ମାସରୁ ଖରିଫ ଋତୁ ପାଇଁ ସରକାର ୩୦ ଲକ୍ଷ ଟନ୍ ଟନ୍ ଡି-ଆମୋନିୟମ୍ ଫସଫେଟ୍ (ଡିଏପି) ଓ ୭୦ ଲକ୍ଷ ଟନ୍ ୟୁରିଆ ସମେତ ସାର ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିସାରିଛନ୍ତି । ଆବଶ୍ୟକ ପଡିଲେ ଆଗକୁ ଅଧିକ କିଣାଯିବ । ସରକାରୀ ଅଧିକାରୀଙ୍କ ଅନୁସାରେ, ଘରୋଇ ବଜାରରେ ୟୁରିଆର ମୂଲ୍ୟ ଆଜି ୫୦ କିଲୋଗ୍ରାମ ବ୍ୟାଗରେ ୨୬୬ ଟଙ୍କା ଥିବାବେଳେ ଅନ୍ତର୍ଜାତୀୟ ବଜାରରେ ଏହାର ଦାମ୍ ୪୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହିପରି ଭାବରେ ସରକାର ପ୍ରତ୍ୟେକ ଅଖା ଉପରେ ପ୍ରାୟ ୩,୭୦୦ ଟଙ୍କା ସବସିଡି ଦେଉଛନ୍ତି ।

Get real time updates directly on you device, subscribe now.