ଟିକାତାଳ ଆଦର୍ଶ ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଦମ୍ପତି ମୃତ

ମର୍ମନ୍ତୁଦ ଦୁର୍ଘଟଣା: ଦମ୍ପତି ମୃତ

ଖୋର୍ଦ୍ଧା: ମର୍ମନ୍ତୁଦ ଦୁର୍ଘଟଣା ଖବର ଖୋର୍ଦ୍ଧାରୁ ବର୍ତ୍ତମାନ ସାମ୍ନାକୁ ଆସିଛି । ଟିକାତାଳ ଆଦର୍ଶ ବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । କାର-ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।

ଧକ୍କା ପରେ କାର୍ ଭିତରେ ଚାପି ହୋଇ ରହିଥିଲେ ଦମ୍ପତ୍ତି । ଭୁବନେଶ୍ୱରରୁ ନୟାଗଡ଼ ଯାଉଥିବା ବେଳେ ଏହି ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି । କାରରୁ ଉଦ୍ଧାର କରାଯାଇଛି ଦମ୍ପତ୍ତିଙ୍କ ମୃତଦେହ ।