fbpx
BSKY SKY
BSKY SKY

ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍‌କୁ ପିଟିଲା ଟ୍ରଲର, ୪ ମୃତ

BSKY

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଘଟିଛି ବଡ଼ ଦୁର୍ଘଟଣା। ବସ୍‌କୁ ଟ୍ରଲର ପିଟିବାରୁ ଦୁର୍ଘଟଣାରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାସହ ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସମ୍ବଲପୁର- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଭୂଷଣ କମ୍ପାନୀରୁ ଶ୍ରମିକଙ୍କୁ ନେଇ ଝାରସୁଗୁଡ଼ା ଫେରୁଥିଲା ବସ୍। ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।

ଏଥିରେ କାହାର ଭୁଲ ରହିଛି ସେନେଇ କିଛି ସୂଚନା ଦେଇନାହିଁ ପୋଲିସ। ତେବେ ଦୁର୍ଘଟଣାର ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରିବା ସହ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି। ଅନ୍ୟପଟେ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ପୋଲିସକୁ ସହଯୋଗ କରିଥିଲେ। ଘଟଣାସ୍ଥଳନରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି।

Get real time updates directly on you device, subscribe now.