fbpx

(Video) ଅଦ୍ଭୁତ ଘଟଣା! କୁନି ଶିଶୁର ଦେହରୁ ନାଲି ନୁହେଁ, ବରଂ ବାହାରୁଛି ଧଳା ରକ୍ତ, ଡାକ୍ତର କହିଲେ କାରଣ

ପୃଥିବୀରେ ବଞ୍ଚୁଥିବା ସବୁ ମଣିଷଙ୍କ ରକ୍ତର ରଙ୍ଗ ଲାଲ । ପ୍ରତିଟି ମଣିଷଙ୍କର ଦେହରେ ବହେ ଲାଲ ରକ୍ତ । ହେଲେ ମଣିଷ ଦେହରେ ଲାଲ ରକ୍ତ ବହୁଥିବା କଥାକୁ ଭୁଲ ପ୍ରମାଣିତ କରିଛନ୍ତି ମଧ୍ୟପ୍ରଦେଶର ଏକ ଶିଶୁ । ଏମିତି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଦେଖିବାକୁ ମିଳିଛି ଯାହାକୁ ଆପଣମାନେ ବି ଦେଖିଲେ କହିବେ ଏହା କେମିତି ସମ୍ଭବ । ରକ୍ତର ରଙ୍ଗ ଲାଲ ନହୋଇ କେମିତି ହୋଇପାରେ ଧଳା ।

ମଧ୍ୟପ୍ରଦେଶର ବଡ଼ବାନି ଜିଲ୍ଲାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଦେଢ଼ ବର୍ଷର ଜଣେ କୁନି ଶିଶୁ ଅନାୟାର ଦେହରେ ଲାଲ ବଦଳରେ ବହୁଛି ଧଳା ରଙ୍ଗର ରକ୍ତ । ଏଭଳି କିଛି ଦେଖିବା ପରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଅନାୟାଙ୍କର ବାପା ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

ଖବର ମୁତାବକ ଅନାୟାଙ୍କର ବାପା ଇମରାନଙ୍କର କହିବା ଅନୁଯାୟୀ, ଅନାୟାଙ୍କୁ କିଛି ଦିନ ହେବ ଥଣ୍ଡା, ଜ୍ୱର ଓ କାଶ ଲାଗି ରହୁଥିଲା । ଇମରାନ ଅନାୟାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଅନାୟାଙ୍କର ରକ୍ତ ପରୀକ୍ଷା କରିବା ପାଇଁ କହିଥିଲେ । ଯେତେବେଳେ ଅନାୟା ଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଥିଲା, ସେତେବେଳେ ଡାକ୍ତର ରକ୍ତର ରଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ରକ୍ତର ରଙ୍ଗ ଲାଲ ନୁହେଁ ଧଳା ଥିଲା । ଆଉ ଏମିତି ରଙ୍ଗର ରକ୍ତ ନମୂନା ସେ କେବେ ହେଲେ ନେଇନଥିଲେ ।

ଏହାପରେ ଇମରାନ ଅନାୟାଙ୍କୁ ନେଇ ମହାରାଷ୍ଟ୍ରର ଧୁଲିଆ ନେଇଯିବା ପାଇଁ କୁହାଯାଇଥିଲା । ସେଠାରେ ମଧ୍ୟ ରକ୍ତ ନମୂନା ସଂଗ୍ରହ କଲାବେଳେ ବାହାରିଥିଲା ଧଳା ରକ୍ତ । ଏମିତି କିଛି ହେବାପରେ ଡାକ୍ତର ମାନେ ମୁମ୍ବାଇର କେଇଏମ୍ ଡାକ୍ତରଖାନାକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ଇମରାନ ମଧ୍ୟ କେଇଏମ୍ ଡାକ୍ତର ଖାନାକୁ ଅନାୟାଙ୍କୁ ନେଇଯାଇଥିଲେ । ସେଠାରେ ତାଙ୍କର ରକ୍ତ ନମୂନା ରଖାଯିବା ପରେ ବ୍ରିଟେନକୁ ପଠାଯାଇଥିଲା । ହେଲେ ବ୍ରିଟେନରେ ରକ୍ତ ପହଞ୍ଚିବା ବିଳମ୍ବ ହେବାରୁ ରକ୍ତକୁ ରିଜେକ୍ଟ କରିବାକୁ ପଡ଼ିଥିଲା ।

ତେବେ ରକ୍ତର ରଙ୍ଗ କଣ ପାଇଁ ଧଳା ତାହା ମୁମ୍ବାଇରେ ହୋଇଥିବାର ପରୀକ୍ଷାରେ ବାହାରିଥିଲା । ଅନାୟାର ରକ୍ତରେ ଆବଶ୍ୟକତା ଠାରୁ ଅଧିକ ପରିମାଖରେ କୋଲେଷ୍ଟ୍ରଲ ରହିଛି । ଖାଲି କୋଲେଷ୍ଟ୍ରଲ ନୁହେ. ଅନାୟାର ଶରୀରରୁ ଅଧିକ ପରିମାଣରେ ହିମଗ୍ଲୋବିନ ମଧ୍ୟ ବାହାରୁଛି । ତେବେ ଅନାୟାଙ୍କ ଡାକ୍ତରମାନେ ଅନାୟାଙ୍କୁ ଦେଖିବା ପରେ ତାଙ୍କୁ କ୍ଷୀର ପିଇବା ପାଇଁ ମନା କରିଛନ୍ତିି । ଡାଲି ପାଣି ସହ ଭାତ ଏବଂ ହାଲୁକା ଭୋଜନ ଦେବା ପାଇଁ ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.