fbpx

ଭୟଙ୍କର ବୋଟ୍ ଦୁର୍ଘଟଣା; ପାଣି ଭିତରେ ଓଲଟିଲା ଡଙ୍ଗା: ୧୪ ଜଣଙ୍କ ମୃତ୍ୟୁ

ଗୁଜୁରାଟ:ଏକାସାଙ୍ଗରେ ୧୪ ଜଣ ଜଣଙ୍କ ଜୀବନ ନେଇଛି ବଡୋଦରାର ହରଣୀ ଜଳାଶୟ । ଛାତ୍ରଛାତ୍ରୀଙ୍କୁ ନେଇ ନଦୀ ପାର୍ ହେବା ସମୟରେ ଗଭୀର ଜଳରେ ଡଙ୍ଗା ଓଲଟିବାରୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ୧୨ ଜଣ ଛାତ୍ର ଥିବା ବେଳେ ୨ ଜଣ ଶିକ୍ଷକ ରହିଛନ୍ତି । ଏହାବ୍ୟତୀତ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପାଣି ଭିତରେ ଆହୁରି କିଛି ଲୋକ ଏବେ ବି ନିଖୋଜ ଥିବା ଜାଣିବାକୁ ମିଳିଛି । ଖବର ପାଇବା ପରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ, ବଡୋଦରାର ହରଣୀ ଜଳାଶୟରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି । ଏକ ଡଙ୍ଗାରେ ୪ ଶିକ୍ଷକଙ୍କ ସମେତ ୨୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନଦୀ ପାର୍ ହେଉଥିବା ବେଳେ ଏକ ବଡ଼ ଅଘଟଣ ଘଟିଛି । ଗଭୀର ପାଣି ଭିତରେ ଡଙ୍ଗାଟି ଓଲଟି ପଡ଼ିବାରୁ ଡଙ୍ଗା ଭିତରେ ଥିବା ସମସ୍ତ ଯାତ୍ରୀ ପାଣି ଭିତରକୁ ଖସି ପଡ଼ିଥିଲେ । ଫଳର ଘଟଣାସ୍ଥଳରେ ୧୨ ଜଣ ଛାତ୍ରଛାତ୍ରୀ ଏବଂ ୨ ଜଣ ଶିକ୍ଷକ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ଅନେକ ଲୋକ ଏବେ ବି ଜଳାଶୟ ଭିତରେ ନିଖୋଜ ଥିବା ଜାଣିବାକୁ ମିଳିଛି । ତେବେ ୧୦ ଜଣ ପିଲା ଏଥିରେ ଆହତ ହୋଇଥିବା ବେଳେ ୭ ଜଣ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଳରେ ଚିକିସବା ପାଇଁ ଭର୍ତ୍ତି କରାଯାଇଛି ।

ତେବେ ପଚରାଉଚରା କରିବାରୁ ଜଣାଯାଇଛି ଯେ, ଏହି ଡଙ୍ଗା ସର୍ବାଧିକ ୧୫ ଜଣ ଯାତ୍ରୀଙ୍କୁ ନେଇ ଯିବା ପାଇଁ ସକ୍ଷମ ଥିଲା । କିନ୍ତୁ ଏଥର ୨୭ ଜଣ ଯାତ୍ରୀଙ୍କ ସହ ନଦୀ ପାର ହେବା ପାଇଁ ବାହାରିଥିଲା ଏହି ଡଙ୍ଗା । ଫଲରେ ପାଣି ମଝିରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଛି । ଯାହା ଫଳରେ ଘଟିଯାଇଛି ଏଭଳି ଏକ ଭୟାନକ ଦୁର୍ଘଟଣା । ଖବର ପାଇଁ ନିକଟସ୍ଥ ଅଗ୍ନିଶମ ବାହିନୀର ୬ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହାବ୍ୟତୀତ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି ।

Get real time updates directly on you device, subscribe now.