fbpx

ବାଣ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ: ୧୦ ବ୍ୟକ୍ତି ଜୀବନ୍ତ ଦଗ୍ଧ, ୧୩ ଜଣଙ୍କର ମିଳୁନି ପତ୍ତା

ନୂଆଦିଲ୍ଲୀ: ଗତ କିଛି ଦିନରୁ ଦେଶର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଅଘଟଣ ଘଟିବାରେ ଲାଗିଛି । କେଉଁଠି ବନ୍ୟା ତ କେଉଁଠି ଭୂକମ୍ପ ଯୋଗୁଁ ଅନେକ ଜନ ଜୀବନ କ୍ଷୟକ୍ଷତି ଘଟିଛି । ବର୍ତ୍ତମାନ ତାମିଲନାଡୁରେ ଏଭଳି ଆଉ ଏକ ଭୟାନକ ଅଘଟଣ ଘଟିଛି । ଏଠାକାର ଏକ ବାଣ ଫ୍ୟାକ୍ଟ୍ରିରେ ଅଚାନକ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଘଟଣରେ ୧୦ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନ୍ୟ ୧୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେବେ ଏଥିରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଶୋ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ । ଏହାସହିତ ଆହତଙ୍କ ଚିକିତ୍ସା ପାଇଁ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, ତାମିଲନାଡୁ ଅରିୟଲୁର ଜିଲ୍ଲା ବିରାଗଲୁର ଗ୍ରାମର ଏକ ପ୍ରାଇଭେଟ ବାଣ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନଥିବା ବେଳେ ଏହାର ଯାଞ୍ଚ କରାଯାଉଛି । କିନ୍ତୁ ଏହି ଭୀଷଣ ଅଗ୍ନିକାଣ୍ଡରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଥିବା ବେଳେ ଆହତଙ୍କ ଚିକିତ୍ସା ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ୫ ଜଣ ଆହତଙ୍କୁ ତଞ୍ଜାବୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ବିଶେଷ ଚିକିତ୍ସା ଯୋଗାଇ ଦେବା ପାଇଁ କହଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିପାଇଁ ମନ୍ତ୍ରୀମଣ୍ଡଳରେ ସହଯୋଗୀ ଏସ.ଏସ ଶିବଶଙ୍କର ଏବଂ ସି.ଭି ଗଣେଶନଙ୍କୁ ନିଯୁକ୍ତ କରାଯାଇଛି । ଅଘଟଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ଲୋକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାବ୍ୟତୀତ ଗମ୍ଭୀର ଆହତମାନଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ହୋଇଥିବା ଲୋକମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.