ରଜରେ ସ୍ତ୍ରୀ ଓ ପୁଅକୁ ଟାଙ୍ଗିଆରେ ହାଣିଲା ନୃଶଂସ ବାପା

ରଜରେ ଅଭାବନୀୟ ଘଟଣା।

ଜଳେଶ୍ୱର: ଏବେ ରଜର ମାହୋଲ। ଆଉ ସବୁଠି ଜମୁଛି ପିଠା ପାନର ଆସର। ହେଲେ ଏଠି ଜଣେ ନୃଶଂସ ବାପ ନିଜ ପୁଅ ଓ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଦେଇଛି। ରଜ ସଂକ୍ରାନ୍ତି ଭଳି ଦିନରେ ପାପ କରିଛି ଜଣେ ସ୍ୱାମୀ।

ହଁ ଘଟଣାଟି ହେଉଛି ବାଲେଶ୍ୱର ଜଳେଶ୍ୱରର କର୍ମଦା ଥାନା ଦହମୁଣ୍ଡା ଗାଁର। ରଜ ସଂକ୍ରାନ୍ତି ଦିନ ଉକ୍ତ ଗାଁର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ପୁଅକୁ ଅତି ନୃଶଂସ ଭାବରେ ଟାଙ୍ଗିଆରେ ହାଣି ଦେଇଛି।

ହେଲେ ସୌଭାଗ୍ୟ ବଶତଃ ମା ଓ ପୁଅଙ୍କର ମୃତ୍ୟୁ ହୋଇନାହିଁ। ଉଭୟଙ୍କୁ ଗୁରୁତରଣ ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି। ହେଲେ ଅଭିଯୁକ୍ତ ବାପା ଏଭଳି କାଣ୍ଡ କରି ଫେରାର ହୋଇଯାଇଛି।

କୁହାଯାଉଛି ପାରିବାରିକ କଳହରୁ ଏପରି କାଣ୍ଡ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ଅଭିଯୁକ୍ତ ବାପାକୁ ଖୋଜୁଛି।