ହାଏରେ ବ୍ୟବସ୍ଥା.. ବ୍ୟବଚ୍ଛେଦ ପାଇଁ ନେଲାନି ପୋଲିସ, ଟ୍ରଲିରେ ଝିଅ ଶବକୁ ନେଲା ବାପା
ଆତ୍ମହତ୍ୟା କରିଥିବା ଝିଅର ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ନେବାକୁ ପରିବାର ଲୋକଙ୍କୁ କହିଦେଇ ଚାଲିଗଲା।
ବାଲେଶ୍ୱର: ଅର୍ଥ ସାଜିଲା ବାଧକ, ଝିଅର ଶବକୁ ଟ୍ରଲିରେ ବୋହିଲେ ବାପା। ଆମ୍ବୁଲାନ୍ସ କରି ବ୍ୟବଚ୍ଛେଦ ପାଇଁ ନେବାକୁ ଟଙ୍କା ନଥିବାରୁ ଟ୍ରଲି ମାଗି ଝିଅର ଶବକୁ ୬ କିଲୋମିଟର ବୋହି ନେଲା ବାପା।
ବାଲେଶ୍ୱର ବାଲିଆପାଳରେ ଅଞ୍ଚଳରୁ ଆସିଛି ଏଭଳି ହୃଦୟ ବିଦାରକ ଘଟଣା। ଆତ୍ମହତ୍ୟା କରିଥିବା ଝିଅର ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ନେବାକୁ ପରିବାର ଲୋକଙ୍କୁ କହିଦେଇ ଚାଲିଗଲା। ଶବ ପୋଲିସ ବ୍ୟବଚ୍ଛେଦ ପାଇଁ ନେବା ପରିବର୍ତ୍ତେ ପରିବାର ଲୋକଙ୍କୁ ନେବାକୁ କହିଥିଲା।
ଗରିବ ଆଦିବାସୀ ବାପା ପାଖରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଟଙ୍କା ନଥିଲା । ଶେଷରେ ଗାଁରୁ ଜଣଙ୍କର ଟ୍ରଲି ମାଗି ଝିଅର ଶବକୁ ୬ କିଲୋମିଟର ବୋହି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ବାପା।
ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହିର ମଧୁ ବିନ୍ଧାଣୀଙ୍କ ଝିଅ ନନ୍ଦିନୀ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣା ସାମ୍ନାକୁ ଆସିବା ପରେ ବାଲିଆପାଳ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।