fbpx

ଲଜ୍ଜାଜନକ; ସ୍ତ୍ରୀକୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ୨ ବର୍ଷର ପୁଅକୁ ବିକି ଦେଲା ବାପା

ନୂଆଦିଲ୍ଲୀ: ଏକ ଲଜ୍ଜାଜନକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ହସ୍ପିଟାଲରେ ବିଲ ଭରିବା ପାଇଁ ଟଙ୍କା ନଥିବାରୁ ଜଣେ ବାପା ନିଜ ଦୁଇ ବର୍ଷୀୟ ପୁଅକୁ ବାଧ୍ୟ ହୋଇ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଛି। ଏହି ବ୍ୟକ୍ତିଙ୍କ ସ୍ତ୍ରୀର ଡେଲିଭରୀ ଏକ ପ୍ରାଇଭେଟ ହସ୍ପିଟାଲରେ ହୋଇଥିଲା। ସ୍ତ୍ରୀକୁ ହସ୍ପିଟାଲରୁ ଡିସଚାର୍ଜ କରିବା ସମୟରେ ତାଙ୍କ ପାଖରେ ଟଙ୍କା ନଥିଲା।

ହସ୍ପିଟାଲର କର୍ମଚାରୀମାନେ ଏମାନଙ୍କୁ ବନ୍ଦୀ ଭଳି ରଖିଥିଲେ। ଏହି କାରଣରୁ କିଛି ଲୋକଙ୍କ କହିବାରେ ପିତା ନିଜ ଶିଶୁକୁ ଏକ ଦମ୍ପତ୍ତିଙ୍କୁ ବିକି ଦେଇଥିଲେ। ବ୍ୟକ୍ତିଙ୍କ ନାମ ହରିଶ ପଟେଲ। ଏହି ଘଟଣା ଶୁଣିବା ପରେ ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଏହି ଘଟଣାରେ ମଧ୍ୟ ଲୋକେ ଉତ୍ତ୍ୟକ୍ତ ଥିଲେ, ପୋଲିସ ଏହି ମାମଲାରେ ୫ ଜଣ ଲୋକଙ୍କୁ ଗିରଫ କରିଛନ୍ତି, ଯେଉଁଥିରେ ଶିଶୁକୁ କିଣିଥିବା ଦମ୍ପତ୍ତି ମଧ୍ୟ ସାମିଲ ଅଛନ୍ତି। ପୋଲିସ ଶିଶୁକୁ ଉଦ୍ଧାର କରିଛି।

Get real time updates directly on you device, subscribe now.