ଶ୍ୱଶୂର ନମ୍ବର ୧… ରୋଗିଣୀ ବୋହୂକୁ ଷ୍ଟ୍ରେଚରରେ ଠେଲି ଠେଲି ନେଲେ, ଦୃଶ୍ୟ ଦେଖି ସମସ୍ତେ ଅବାକ୍

ଜବଲପୁର: ରୋଗିଣୀ ବୋହୂକୁ ଘରକୁ ନେବା ପାଇଁ ମିଳିଲାନି ଆମ୍ବୁଲାନ୍ସ । ଶେଷରେ ବୋହୂକୁ ଷ୍ଟ୍ରେଚରରେ ବୋହି ଚାଲି ଚାଲି ଘରକୁ ଯାଉଥିଲେ ଶ୍ୱଶୂର ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଜବଲପୁରରେ ।

ମାମଲା କ’ଣ: ବାସ୍ତବାରେ ଜବଲପୁର ସହରର ବ୍ୟୋହାରାବାଗ୍ ଅଞ୍ଚଳର ଜଣେ ବ୍ୟକ୍ତି ବ୍ରଜ ବିହାରୀ(୬୭) ରୁହନ୍ତି ।

କିଛି ଦିନ ହେବ ଜିଲ୍ଲା ହସ୍ପିଟାଲରେ ତାଙ୍କ ବୋହୂ ଚିକିତ୍ସିତ ହେଉଥିଲେ । ଶନିବାର ବୋହୂକୁ ଡିସଚାର୍ଜ କରିଥିଲେ ଡାକ୍ତର ।

ଏହା ପରେ ବୃଦ୍ଧ ବ୍ୟକ୍ତିଙ୍କୁ ଷ୍ଟ୍ରଚର ଦେଇ ହସ୍ପିଟାଲ ବାହାରୁ ଗାଡ଼ି ବ୍ୟବସ୍ଥା କରି ଘରକୁ ଯିବାକୁ କହିଥିଲେ ।

ଟଙ୍କା ଅଭାବ: ଶ୍ୱଶୂର ବହୁ କଷ୍ଟରେ ଷ୍ଟ୍ରେଚର ସାହାଯ୍ୟରେ ରୋଗିଣୀ ବୋହୂକୁ ହସ୍ପିଟାଲ ବାହାରକୁ ଆଣିଥିଲେ । ହସ୍ପିଟାଲ ତରଫରୁ ତାଙ୍କୁ ଆମ୍ବୁଲାନ୍ସ ସୁବିଧା ମଧ୍ୟ ଯୋଗାଇ ଦିଆଯାଇନଥିଲା ।

ଘରୋଇ ଆମ୍ବୁଲାନ୍ସ ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା । ଏମିତିକି ଘରକୁ ଯିବା ପାଇଁ ଅଟୋବାଲା ତାଙ୍କୁ ୩୦୦ ଟଙ୍କା କହିଲା ।

ମିଳିଲା ସାହାଯ୍ୟ: ଶେଷରେ ନିରାଶ ହୋଇ ଶ୍ୱଶୂର ଜଣଙ୍କ ତାଙ୍କ ବୋହୂକୁ ଷ୍ଟ୍ରେଚରରେ ଚାଲି ଚାଲି ଘରକୁ ନେଉଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା ।

କିଛି ବାଟ ଚାଲିଚାଲି ଯିବା ପରେ କିଛି ସ୍ଥାନୀୟ ଲୋକମାନେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ ।

ଏକ ଗାଡ଼ି ବ୍ୟବସ୍ଥା କରି ଉଭୟ ବୃଦ୍ଧ ଏବଂ ତାଙ୍କ ବୋହୂଙ୍କୁ ସୁରକ୍ଷିତ ଘରକୁ ପଠାଗଲା ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଜିଲ୍ଲା ହସ୍ପିଟାଲରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସରକାରୀ ହସ୍ପିଟାଲ କଥା ଅନୁମାନ କରିହେଉଥିବ ।