fbpx
BSKY SKY
BSKY SKY

କାନ୍ଥକୁ ଫିଙ୍ଗି ନବଜାତ ଶିଶୁକୁ ମାରିଲା ବାପା: ମାଆର ଅଭିଯୋଗ ପରେ ମଧ୍ୟ FIR ଦାଖଲ କଲା ନାହିଁ ପୋଲିସ

BSKY

ଉତ୍ତରପ୍ରଦେଶ : କଥାରେ ଅଛି ଝିଅ ମାନେ ହେଉଛନ୍ତି ଘରର ଲକ୍ଷ୍ମୀ । କିନ୍ତୁ କେତେକ ଲୋକ ଝିଅର ମୂଲ୍ୟ ବୁଝନ୍ତି ନାହିଁ । ଝିଅଟି ଜନ୍ମ ହେବା ମାତ୍ରେ ଅନେକ ଅଞ୍ଚଳରେ ଘର ଲୋକ ମାରି ଦେଉଥିବା ଦେଖାଯାଇଥାଏ । ଏହିପରି ଏକ ହୃଦୟଥରା ଖବର ଆସିଛି ଉତ୍ତରପ୍ରଦେଶର ପିଲିଭିତ ଅଞ୍ଚଳରୁ । ପୁରଣପୁର କ୍ଷେତ୍ରର ଜଣେ ମହିଳା ନିଜ ସ୍ୱାମୀଙ୍କ ନାମରେ ଅଭିଯୋଗ କରିଛନ୍ତି । କିନ୍ତୁ ଡ଼ାକ୍ତରଙ୍କ କହିବା ଅନୁସାରେ ନବଜାତ ଶିଶୁର ଶରୀର ଅବସ୍ଥା ଆଗରୁ ହିଁ ଗୁରୁତର ଥିଲା ।

ପୋଲିସର କହିବା ଅନୁସାରେ, ପୀଡ଼ିତାର ମାଆ ପୋଲିସ ଥାନାରେ ନିଜ ଜ୍ୱାଇଁ ଏବଂ ତାଙ୍କ ଘର ଲୋକଙ୍କ ବିପକ୍ଷରେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ତାଙ୍କ ଝିଅ ଶବୋର ବିବାହ ୮ ବର୍ଷ ତଳେ ସୀରସା ଗ୍ରାମରେ ଫରହାନଙ୍କ ସହିତ ହୋଇଥିଲା । ଶବୋ ଦୁଇ ଥର ଝିଅଙ୍କୁ ଜନ୍ମ ଦେଇଥିଲେ । ଦୁଇଟି ଝିଅ ଜନ୍ମ ହେବା କାରଣରୁ ତାଙ୍କ ସ୍ୱାମୀ, ନଣଦ ଏବଂ ଭିଣୋଇ ତାଙ୍କୁ ବହୁତ କଟୁ କଥା କହୁଥିଲେ ଏବଂ ମାଡ଼ ମଧ୍ୟ ମାରୁ ଥିଲେ । ପୀଡ଼ିତାଙ୍କ ମାଆ କହିଥିଲେ ଯେ ଏକ ସପ୍ତାହ ପୂର୍ବରୁ ତାଙ୍କ ଝିଅ ପୁନଃ ଏକ ଝିଅକୁ ଜନ୍ମ ଦେଇଥିଲେ । ଏହାପରେ ସ୍ୱାମୀ ଫରହନ ରାଗିଯାଇ ମେ ୩୧ରେ ହସ୍ପିଟାଲରେ ନିଜ ଝିଅକୁ କୋଳକୁ ନେଇ କାନ୍ଥରେ ପିଟି ଦେଇଥିଲେ । ଏହି କାରଣରୁ ଚିକିତ୍ସା ସମୟରେ ଝିଅଟିର ମୃତ୍ୟୁ ହୋଇଥିଲା ।

ମାଆର କହିବା ଅନୁସାରେ ପୋଲିସ ସେହି ମାମଲାର ଯାଞ୍ଚ ଆରମ୍ଭ କରିଥିବା ଥାନା ଅଧ୍ୟକ୍ଷ ଆଶୁତୋଷ ରଘୁବଂଶୀ କହିଥିଲେ । ଅନ୍ୟପକ୍ଷରେ ନବଜାତ ଶିଶୁଟିର ଅବସ୍ଥା ଜନ୍ମରୁ ହିଁ ଗୁରୁତର ଥିଲା । ତେଣୁ ସେହିି କାରଣରୁ ଶିଶୁଟିର ମୃତ୍ୟୁ ଘଟିଥିଲା, କାନ୍ଥରେ ପିଟିବାରୁ ମୃତ୍ୟୁ ହୋଇନଥିଲା ବୋଲି ଡ଼ାକ୍ତର କହିଥିଲେ । ଡ଼ାକ୍ତରଙ୍କ କହିବା ପରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବୁଝାମଣା ହୋଇଥିଲା । ଏହି କାରଣରୁ ଏଫଆଇଆର ଦାଖଲ କରାଯାଇନଥିଲା ।

Get real time updates directly on you device, subscribe now.