ହାଏରେ ବିଧାତା.. ଝିଅ ଜନ୍ମଦିନରେ କେକ୍ ଆଣିବାକୁ ଯାଇଥିଲା ବାପା, ମାଡ଼ିଗଲା ଟ୍ରକ୍, ମୃତ
ଝିଅ ଜନ୍ମଦିନରେ ବାପାର ଚାଲିଗଲା ଜୀବନ
ସୋର: ଦେଶରେ ତଥା ରାଜ୍ୟରେ ପ୍ରତିଦିନ ଘଟୁଛି ଦୁର୍ଘଟଣା। କିନ୍ତୁ ବର୍ତ୍ତମାନ ଏପରି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଝିଅର ଜନ୍ମ ଦିନ ପାଇଁ କେକ୍ ଆଣିବାକୁ ଯାଇ, ଚାଲିଗଲା ବାପାର ଜୀବନ।
ସୂଚନାନୁଯାୟୀ, କେକ୍ କିଣିବାକୁ ଗଲାବେଳେ ବାଗୁଡ଼ି ବଜାର ପାଖରେ ଚଢିଗଲା ଟ୍ରକ୍। ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୋପିନାଥପୁର ପଞ୍ଚାୟତ ମଙ୍ଗଳପୁରର। ଆଜି ଘରେ ଖୁବ ଧୁମଧାମର ସହ ଝିଅର ଜନ୍ମଦିନ ପାଳନ ହେଉଥିଲା।
କେକ୍ କଟା ହେବ ବୋଲି ବାପା ଖୁସିରେ ଝିଅ ପାଇଁ କେକ୍ ଆଣିବାକୁ ଯାଇଥିଲେ। ହେଲେ ଏମିତି ଅଘଟଣ ଘଟିବ ବୋଲି କେହି ଜାଣିନଥିଲେ। ବର୍ତ୍ତମାନ ପରିବାରରେ ଶୋକର ଛାୟା ଖେଳିଯାଇଛି।