fbpx

ଡ୍ରଗ୍ସ ପାଇଁ ପୁଅକୁ ୪୦ ହଜାର ଟଙ୍କାରେ ବିକିଦେଲା ବାପା, ପୋଲିସ୍ ଏପରି କଲା ଉଦ୍ଧାର

ଗୌହାଟି: ଆସାମର ମୋରିଗନ ଜିଲ୍ଲାରେ ଡ୍ରଗ୍ସ କିଣିବା ପାଇଁ ଜଣେ ବ୍ୟକ୍ତି ତାର ଅଢ଼େଇ ବର୍ଷର ପୁଅକୁ ୪୦,୦୦୦ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଗୌହାଟିର ପ୍ରାୟ ୮୦ କିଲୋମିଟର ପୂର୍ବରେ ଥିବା ମୋରିଗନର ଲହରିଘାଟ ଗ୍ରାମରେ ଏହି ଘଟଣା ଘଟିଛି। ଏନେଇ ମା’ଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଅମିନୁଲ ଇସଲାମ ପିଲାଟିକୁ ସାଜିଦା ବେଗମ୍ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ପୋଲିସ ଉଭୟ ଅମିନୁଲ ଇସଲାମ ଏବଂ ସାଜିଦା ବେଗମଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ପିଲାଟିର ମାଆ ଗତ କିଛି ମାସ ହେବ ନିଜ ସ୍ୱାମୀଙ୍କ ନିଶା ସେବନରେ ଅତିଷ୍ଠ ହୋଇ ବାପ ଘରକୁ ଚାଲିଯାଇଥିଲେ । ପ୍ରତିଦିନ ନିଶା ସେବନ କରୁଥିବାରୁ ଦୁହିଁଙ୍କ ମଧ୍ୟରେ ଝଗଡା ହେଉଥିଲା । ତେଣୁ ସେ ଘରଛାଡ଼ି ବାପଘରେ ରହୁଥିଲେ । ଥରେ ଅଭିଯୁକ୍ତ ବାପା ତାଙ୍କ ଘରକୁ ଆସି ପୁଅକୁ ନେବା ପାଇଁ କହିଥିଲା । କାରଣ ସେ ଆଧାର କାର୍ଡ କରିବାକୁ ତିଆରି କରିବାକୁ ଚାହୁଁଥିଲା । ଏହି କାରଣ ଦେଇ ପୁଅକୁ ନେଇଯାଇଥିଲା । କିନ୍ତୁ ୨ରୁ ୩ ଦିନ ହେଲା ପଛେ ପୁଅକୁ ଫେରାଇନଥିଲା ଅଭିଯୁକ୍ତ ବାପା ।

ଏଥିରେ ମାଆ ରକମୀମାଙ୍କୁ ସନ୍ଦେହ ହୋଇଥିଲା । ଆଉ ପରେ ସେ ଜାଣିବାକୁ ପାଇଥିଲା ଯେ, ତାଙ୍କ ସ୍ୱାମୀ ପୁଅକୁ ଟଙ୍କା ପାଇଁ ବିକ୍ରି କରିଦେଇଛି । ଏହାପରେ ସେ ଅଗଷ୍ଟ ୫ ତାରିଖରେ ପୋଲିସ୍ କୁ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ପରେ ପୋଲିସ୍ ପୁଅକୁ ଉଦ୍ଧାର କରିଥିଲେ । ପୋଲିସ୍ ସୁତ୍ରରୁ ଜଣାପଡ଼ିଥିଲା ଯେ, ଡ୍ରଗ୍ସ କିଣିବା ପାଇଁ ପୁଅକୁ ଅଭିଯୁକ୍ତ ସ୍ୱାମୀ ୪୦ ହଜାର ଟଙ୍କାରେ ସାଜିଦା ବେଗମଙ୍କୁ ବିକ୍ରି କରିଦେଇଛନ୍ତି । ପୁଅକୁ ଉଦ୍ଧାର କରିବା ପରେ ଅଭିଯୁକ୍ତ ସ୍ୱାମୀ ଏବଂ ସାଜିଦା ବେଗମ୍ କୁ ଗିରଫ କରିଛି ପୋଲିସ୍ । ତେବେ ଅଭିଯୁକ୍ତର କେବଳ ଡ୍ରଗ୍ସ ନୁହେଁ ସେକ୍ସ ରାକେଟ୍ ରେ ବି ସଂପୃକ୍ତି ରହିଥିବା ପୋଲିସ୍ ଜାଣିବାକୁ ପାଇଛି ।

Get real time updates directly on you device, subscribe now.