fbpx

ଆଇଟିବିପିର ୩୦ ଯବାନ ଯିବାକୁ ଚାହାନ୍ତି ଆଫଗାନିସ୍ତାନ, କୋର୍ଟ କହିଲେ- ଏ କେମିତି କା ଦାବି

ନୂଆଦିଲ୍ଲୀ : ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଜାରି ଲଢେଇକୁ ନେଇ ସମଗ୍ର ଦୁନିଆରେ ଆତଙ୍କର ମାହୋଲ ରହିଛି। ତାଲିବାନ ପକ୍ଷରୁ ଲଗାତାର ହମଲା ପରେ ଏବେ ଆଫଗାନିସ୍ତାନରେ ନାଗରିକ ସଙ୍କଟ ସୃଷ୍ଟି ହୋଇଛି। ଆଫଗାନିସ୍ତାନରେ ବିଗୁଡୁଥିବା ଅବସ୍ଥା ମଧ୍ୟରେ ଭାରତରେ ଏକ ଚକିତ କରିବା ଭଳି ମାମଲା ସାମ୍ନାକୁ ଆସିଛି। ଭାରତ ତିବତ ସୀମା ପୋଲିସ(ଆଇଟିବିପି)ର ୩୦ ଯବାନ ସେମାନଙ୍କୁ ଆଫଗାନିସ୍ତାନରେ ପୁଣି ଥରେ ମୁତୟନ କରିବାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରିଛନ୍ତି। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଯବାନଙ୍କ ଆବେଦନ ଖାରଜ କରିଛନ୍ତି। ଅଦାଲତ ଯବାନଙ୍କ ଏହି ଆବେଦନ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି, ଆଫଗାନିସ୍ତାନରେ ଯେଉଁଭଳି ପରିସ୍ଥିତି ରହିଛି, ତାକୁ ଦେଖିବା ପରେ କିଏ କେମିତି ସେଠାକୁ ଯିବାକୁ ଅନୁମତି ମାଗି ପାରିବ।

ବିଚାରପତି ରାଜୀବ ସହାୟ ଆଣ୍ଡଲୋ ଓ ବିଚାରପତି ଅମିତ୍ ବଂଶଲଙ୍କ ପୀଠ ଶୁଣାଣି ବେଳେ କହିଛନ୍ତି, ଆବେଦନକାରୀ ଆଇଟିବିପି ପରି ସଶସ୍ତ୍ର ବଳ ଯବାନଙ୍କୁ ଭାରତରେ କେଉଁଠି ବି ମୁତୟନ କରାଯାଇ ପାରିବ। ସେମାନଙ୍କ ପାଖରେ ଆଫଗାନିସ୍ତାନରେ ମୁତୟନ ହେବା କୌଣସି ନିହିତ ଅଧିକାର ନାହିଁ। ଉଲ୍ଲେଖଯୋଗ୍ୟ, ଆଇଟିବିପିର ଯେଉଁ ଯବାନ ଆବେଦନ କରିଥିଲେ, ସମସ୍ତେ ପୂର୍ବରୁ ଆଫଗାନିସ୍ତାନରେ ଭାରତୀୟ ଦୂତାବାସରେ ସୁରକ୍ଷା ସହାୟକ ଭାବେ ମୁତୟନ ଥିଲେ।

ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଆକ୍ରମଣ ଜୋରଦାର ହେବା ପରେ ଏହି ଯବାନଙ୍କୁ ଭାରତ ପଠାଇ ଦିଆଯାଇଥିଲା। ଆବେଦନକାରୀ କହିଛନ୍ତି, ସେମାନେ ଆଫଗାନିସ୍ତାନରେ ଦୁଇ ବର୍ଷର ପ୍ରବାସ ପାଇଁ ହକଦାର ଥିଲେ। ମାତ୍ର ଦଶ ମାସ ପରେ ସେମାନଙ୍କୁ ଭାରତ ଫେରାଇ ନିଆଗଲା।

ନିଜ ଆବେଦନରେ ଯବାନମାନେ କହିଛନ୍ତି, କାବୁଲରେ ଭାରତୀୟ ଦୂତାବାସରେ ପିଲା ଓ ମହିଳାଙ୍କ ସୁରକ୍ଷା ପାଇଁ ଅତିରିକ୍ତ ଯବାନଙ୍କ ଆବଶ୍ୟକତା ରହିଛି।  ଏଥିପାଇଁ ସେମାନଙ୍କୁ ସେଠାକୁ ପଠାଇ ଦିଆଯାଉ। ସୂଚନାଯୋଗ୍ୟ, ଆଇଟିବିପିର ଏକ ୟୁନିଟ୍ ଏବେ ମଧ୍ୟ ଆଫଗାନିସ୍ତାନରେ ଭାରତର ଦୂତାବାସ ଓ କାନ୍ଧାରରେ ବାଣିଜ୍ୟିକ ଦୂତାବାସର ସୁରକ୍ଷାରେ ମୁତୟନ ଅଛନ୍ତି।

Get real time updates directly on you device, subscribe now.