ବାପା ସାଜିଲା ସଇତାନ, ସାବତ ମାଆ ସହ ମିଶି ପୁଅକୁ ଜାଳି ବାପାର ହତ୍ୟା ଉଦ୍ୟମ
ଲହୁଣିପଡ଼ା ଥାନା ତାଳବାହାଳି ଗାଁରେ ଅଭାବନୀୟ ଘଟଣା ।
ଭୁବନେଶ୍ବର: ବାପା ସାଜିଲା ପିଶାଚ । ନିଅ ପୁଅକୁ ହତ୍ୟା ପାଇଁ କରୁଥିଲା ଉଦ୍ୟମ । ଲହୁଣିପଡ଼ା ଥାନା ତାଳବାହାଳି ଗାଁରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ, ଶୋଇଥିବା ବେଳେ ପୁଅକୁ ଜାଳି ବାପା ହତ୍ୟା ଉଦ୍ୟମ କରୁଥିଲା । ସାବତ ମାଆ ସହ ମିଶି ବାପା ଏଭଳି କାଣ୍ଡ ଭିଆଇବା ପାଇଁ ଚେଷ୍ଟା କରିଥିବା ଜଣାପଡ଼ିଛି । ମୁମୂର୍ଷୁ ଅବସ୍ଥାରେ ଯୁବକଙ୍କୁ ଆର୍ଜିଏଚ୍ରେ ଭର୍ତ୍ତି କରାଯାଇଛି ।
ତେବେ ପୁଅର ନାମ ଦଶରଥ ଭୂମିଜ ହୋଇଥିବା ବେଳେ ବାପା ସମରା ଭୂମିଜ ଓ ସାବତ ମାଆ ରମାଦେଇ ଭୁମିଜ ବୋଲି ଜଣାପଡିଛି । ମିଶି ବାହାର ପଟୁ କବାଟ ଲଗାଇ ଘରେ ନିଆଁ ଲଗେଇ ଦେଇଥିଲେ। ପୁଅ ଚିତ୍କାର କରିବା ପରେ ମଧ୍ୟ କବାଟ ଖୋଲିନଥିଲେ ।
ତେବେ ତାଙ୍କର ଚିତ୍କାର ଶୁଣି ପାଖ ପୋଡଶୀ ଆସି କବାଟ ଭାଙ୍ଗିଥିଲେ । ସେତେବେଳକୁ ସେ 30 ପ୍ରତିଶତ ଜଳିଯାଇଥିଲେ ।
ତେବେ ଏହି ଘଟଣା ପରେ ବାପା ଓ ସାବତ ମାଆକୁ ନିସ୍ତୁକ ଛେଚି ପୋଲିସ ଜିମା ଦେଲେ ଗ୍ରାମବାସୀ । ତେବେ କ୍ରୋଧିତ ଗ୍ରାମବାସୀଙ୍କ ମାଡ଼ରେ ଉଭୟ ବାପା ମାଆ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ତେବେ କେଉଁ କାରଣ ପାଇଁ ଏଭଳି କାଣ୍ଡ କରିବା ପାଇଁ ବାପା ମାଆ ଅଣ୍ଟା ଭିଡିଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ପଚରାଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି ।