fbpx

ଝିଅକୁ ବିଷ ଦେଇ ମାରିବାକୁ ବାପାର ଉଦ୍ୟମ!

Advertisement

ଗଞ୍ଜାମ: ତୁଚ୍ଛ ହେଲା ବାପା ଝିଅର ସଂପର୍କ । ଝିଅକୁ ବିଷ ଦେଇ ମାରିବାକୁ ହତ୍ୟା କଲା ବାପା । ଗୁରୁତର ଅବସ୍ଥାରେ ଝିଅଙ୍କୁ ହସ୍ପିଟାଲରେ କରାଗଲା ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ।

ସୂଚନା ଅନୂଯାୟୀ, ଗାଆଁର ଇ  ବାଲାଜୀ ପାତ୍ର ତାଙ୍କ ବଡ଼ ଝିଅ ଇ ଡାଲମା ପାତ୍ର ଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଝିଅ ଡାଲମା ଜଣେ ଦିବ୍ୟାଙ୍ଗ, ସେ ଅବିବାହିତ ଥିବା ବେଳେ ଦୀର୍ଘ  ୧୦ ବର୍ଷ ହେଲା କେରଳରେ ସିଲେଇ କରି ଜୀବନ ନିର୍ବାହ କରୁଥିଲେ ।

ଗତ ୧୯ ତାରିଖରେ ଘରେ କେହି ନଥିବା ବେଳେ ବାପା ବାଲାଜୀ ଝିଅର ହାତ ବାନ୍ଧି ବିଷ ଦେଇ ହିତ୍ୟା କରିବାକୁ ଉଦ୍ୟମ କରିଦିଲେ ବୋଲି ମାଆ ପାର୍ବତୀ ପାତ୍ର କହିଛନ୍ତି । ଝିଅକୁ ଘରୁ ତଡିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରିଥିବା ମାଆ ପାର୍ବତୀ କହିଛନ୍ତି । ଝିଅ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା କୁହାଯାଉଛି । ଏହି ଘଟଣାରେ ପୁଲିସ୍ ବାଲାଜୀକୁ ଗିରଫ କରିଛି ।

Get real time updates directly on you device, subscribe now.