fbpx

ବଦଳିଲା ଏଫଡି ନିୟମ, ଆସନ୍ତା ମାସରୁ କ୍ରେଡିଟ୍ କାର୍ଡରେ କିଣାକିଣି ମଧ୍ୟ ହେବ ମହଙ୍ଗା

ନୂଆଦିଲ୍ଲୀ: ଏଫଡିରେ ନିବେଶ କରି ଯଦି ଭୁଲି ଯାଉଛନ୍ତି ତାହେଲେ ଆପଣ ମାନଙ୍କୁ ଏକ ବଡ଼ ଝଟକା ଲାଗିପାରେ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଫଡିର ନିୟମରେ ବଡ଼ ପରିବର୍ତ୍ତନ ଅଣାଯାଇଛି । ଯେଉଁଥିରେ ମ୍ୟାଚୁରିଟି ପରେ ଟଙ୍କା ରଖିଲେ କମ୍ ସୁଧ ମିଳିବ । ବର୍ତ୍ତମାନ ସମୟରେ ମ୍ୟାଚୁରିଟି ପରେ ଟଙ୍କା ନ ଉଠାଇଲେ ପରବର୍ତ୍ତୀ ଅବଧି ପାଇଁ ଏଫଡି ଅପଡେଟ୍ ହୋଇଯାଇଥାଏ । ସେହିପରି କ୍ରେଡିଟ୍ କାର୍ଡରେ ବି କମ୍ପାନି ଶୁଳ୍କ ବଢ଼ାଇବା ନେଇ ପ୍ରସ୍ତୁତି କରୁଛି ଯେଉଁଥିରେ ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପଡ଼ିବ । ଏହି ଖବର ମାଧ୍ୟମରେ ଆମେ ଆପଣ ମାନଙ୍କୁ ୨ଟି ତଥ୍ୟ ଦେବୁ ଯାହା ଆପଣଙ୍କ ନିବେଶ ଉପରେ ପ୍ରଭାବ ପକାଇବ ।

ଏଫଡି ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି ଆରବିଆଇ । ଏହା ଆଧାରରେ ମ୍ୟାଚୁରିଟି ପରେ ଯଦି ଆପଣ ଟଙ୍କା ବାହାର ନ କରୁଛନ୍ତି ତାହେଲେ ଆପଣ କ୍ଷତି ର ସାମନା କରିବେ । ଏଥିରେ ମିଳୁଥିବା ସୁଧରେ ଆପଣ କ୍ଷତି ସହିବେ । ବର୍ତ୍ତମାନ ସମୟରେ ବ୍ୟାଙ୍କ ଲମ୍ବା ସମୟର ଏଫଡିରେ ୫ ପ୍ରତିଶତରୁ ଅଧିକ ସୁଧ ଦେଉଛନ୍ତି । ଯେତେବେଳେ କି ସଞ୍ଚୟ ଖାତାରେ ଦର ତିନିରୁ ୪ ପ୍ରତିଶତ ରହିଛି । ତେବେ ଏହି ନୂଆ ନିୟମ ସମସ୍ତ ବ୍ୟବସାୟିକ ବ୍ୟାଙ୍କ, କ୍ଷୁଦ୍ର ଋଣ ବ୍ୟାଙ୍କ୍ , ସହକାରୀ ବ୍ୟାଙ୍କ୍, ସ୍ଥାନୀୟ ବ୍ୟାଙ୍କରେ ଜମା ଉପରେ ଲାଗୁ ହେବ ।

ଏହା ବ୍ୟତୀତ ଖୁବ୍ ଶୀଘ୍ର କ୍ରେଡିଟ୍ କାର୍ଡ ବ୍ୟବହାର କରିବା ବି ମହଙ୍ଗା ହୋଇପାରେ । ଭିସା ଓ ମାଷ୍ଟରକାର୍ଡ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ବ୍ୟବସାୟୀ ଦ୍ୱାରା ଦିଆଯାଉଥିବା ଦେୟକୁ ବଢ଼ାଇବା ନେଇ ପ୍ରସ୍ତୁତି ଚାଲିଛି । ଏହାର ପ୍ରଭାବ ଏବେ ସିଧାସଳଖ ଉପଭୋକ୍ତାଙ୍କ ଉପରେ ପଡ଼ିବ । ସୁତ୍ର ଅନୁସାରେ, ଶୁଳ୍କ ବୃଦ୍ଧି ମହାମାରୀ କାରଣରୁ ଗତ ଦୁଇ ବର୍ଷ ହେଲା ଟାଳିୀ ଦିଆଯାଇଥିଲା । କିନ୍ତୁ ମାମଲା ନିୟମନ୍ତ୍ରଣକୁ ଆସିବା ପରେ ଶୁଳ୍କ ବଢ଼ାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ଆସନ୍ତା ମାସରୁ ଲଶଗୁ ହୋଇଯିବ ।

Get real time updates directly on you device, subscribe now.