fbpx

ଡରାଇଲାଣି କରୋନାର ନୂଆ ରୂପ: ଆସନ୍ତାକାଲି ସଚିବାଳୟରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

Advertisement

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆସନ୍ତାକାଲି ଦିନ ୧୨.୩୦ରେ ସଚିବାଳୟରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ କୋଭିଡ ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କଣ ନିଆଯିବ ତାହା ଉପରେ ବୈଠକ ହେବ । ସ୍ୱାସ୍ଥ୍ୟ ବିଭାଗ ସହ ଆରଏମଆରସି, ଆଇଏଲଏସ ଓ ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ବୈଠକରେ ସାମିଲ ହେବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି ।

ବିଶେଷ କରି ଗହଳି ସମୟରେ ମାକ୍ସ ପିନ୍ଧିବାକୁ ନ ଭୁଲିବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସେପ୍ଟେମ୍ବର ୩୦ ରେ ଯେଉଁ ଭାରିଏଣ୍ଟ ଜଣକ ପାଖେ ଚିହ୍ନଟ ହୋଇଥିଲା । ଏହା ପରେ ଏହି ବି୭ ଭାରିଏଣ୍ଟର କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଭୟଭୀତ ହେବାର ଆବଶ୍ୟକ ନାହିଁ । ଚୀନରେ ଏହା ବ୍ୟାପୁଛି, ତାହା ନୁହେଁ ଯେ ଭାରତରେ ସେହି ହାରରେ ଏହା ବ୍ୟାପିବ ଓ ଆକ୍ରାନ୍ତ କରାଇବ ।

ଏହାକୁ ଦୃଷ୍ଟିରେ ରଖି ସର୍ଭେଲାନ୍ସ ଜାରି ରହିଛି ଆଗକୁ ବି ରହିବ । ବୁଷ୍ଟର ଡୋଜ ନେବାକୁ ସମସ୍ତଙ୍କୁ ଅନୁରୋଧ । ସେ ଲୋକଙ୍କୁ ନିବେଦନ କରି କହିଛନ୍ତି, ସଚେତନ ହୁଅନ୍ତୁ, ଅଯଥା ଗହଳି କରନ୍ତୁ ନାହିଁ । ଗହଳିକୁ ଗଲେ ମାସ୍କ ପିନ୍ଧନ୍ତୁ । ନିଜ ପାଇଁ ନିଜେ ସତର୍କ ହୁଅନ୍ତୁ । ଟେଷ୍ଟିଂ, ଟ୍ରାକିଂ,ଟ୍ରିଟମେଣ୍ଟ ସରକାର କରୁଛନ୍ତି ତାହା ଜାରି ରହିବ । ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆଗକୁ କଟକଣା ଲାଗୁ ହେବ ।

Get real time updates directly on you device, subscribe now.