ମଦୁଆ ସ୍ବାମୀ ଉପରେ ରାଗି ନିଜ 3 ଛୁଆଙ୍କୁ ବିଷ ଦେଇ ମାରିଦେଲା ସ୍ତ୍ରୀ
ମହାରାଷ୍ଟ୍ରର ଥାନେରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଟାରେ ଜଣେ ମହିଳା ତାର ତିନି ନାବାଳିକା ଝିଅଙ୍କୁ ବିଷ ଦେଇ ହତ୍ୟା କରିଛି ।
ଥାନେ: ମହାରାଷ୍ଟ୍ରର ଥାନେରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସନ୍ଧ୍ୟା ସନ୍ଦୀପ ବେରେ ନାମକ ଜଣେ 27 ବର୍ଷିୟ ମହିଳା ଘରୋଇ ସମସ୍ୟାରୁ ବିରକ୍ତ ହୋଇ ତାଙ୍କର ତିନି ନାବାଳିକା ଝିଅଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ମହିଳାଙ୍କୁ ଗିରଫ କରିଛି ଏବଂ ଘଟଣାର ତଦନ୍ତ କରୁଛି।
ଶାହପୁର ଅଞ୍ଚଳ ଅନ୍ତର୍ଗତ ଅସନୋଲି ଗ୍ରାମର ତାଲେପଡ଼ାରେ ରହୁଥିବା ସନ୍ଧ୍ୟା ସନ୍ଦୀପ ବେରେ ୨୦ ଜୁଲାଇରେ ଭାତରେ କୀଟନାଶକ ମିଶାଇ ତାଙ୍କ ୫, ୮ ଏବଂ ୧୦ ବର୍ଷୀୟ ଝିଅଙ୍କୁ ଖାଇବାକୁ ଦେଇଥିଲା।
ଡାକ୍ତରଖାନାରେ ଝିଅମାନଙ୍କର ମୃତ୍ୟୁ ଘଟିଛି
ଝିଅମାନେ ଖାଦ୍ୟ ଖାଇବା ପେର ମୁଣ୍ଡ ବୁଲାଇ ବାନ୍ତି କରିଥିଲେ । ତା’ପରେ ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ପଠାଯାଇଥିଲା। କିନ୍ତୁ ସେଠାରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।
ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମହିଳାଙ୍କୁ ଗିରଫ କରାଯାଇଥିଲା
ପ୍ରାରମ୍ଭରେ, ଖିନାଭାଲି ପୋଲିସ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ପରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ପିଲାମାନଙ୍କ ମାଆଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିଛି ଏବଂ ରବିବାର ରାତି ପ୍ରାୟ ୨ଟା ସମୟରେ ତାଙ୍କୁ ଗିରଫ କରିଛି।
ମହିଳା କାହିଁକି ଏହି ପଦକ୍ଷେପ ନେଇଥିଲେ?
ପୋଲିସ ଅନୁଯାୟୀ, ଅଭିଯୁକ୍ତ ମହିଳା ତାଙ୍କ ସ୍ୱାମୀଙ୍କ ମଦ୍ୟପାନ ଅଭ୍ୟାସରେ ଅତ୍ୟନ୍ତ ବିରକ୍ତ ହୋଇଯାଇଥିଲେ । ଏହାସହ ସେ ଅନେକ ଘରୋଇ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସେ ତାଙ୍କ ସ୍ୱାମୀଙ୍କଠାରୁ ମଧ୍ୟ ଅଲଗା ଥିଲେ ଏବଂ ତାଙ୍କ ତିନି ଝିଅଙ୍କ ଯତ୍ନ ନେଇପାରୁ ନଥିଲେ ଏବଂ ସେଥିପାଇଁ ସେ ଏହି ଚରମ ପଦକ୍ଷେପ ନେଇଥିଲେ।