fbpx

ମହିଳା ଇଞ୍ଜିନିୟରଙ୍କ ମୁଣ୍ଡ ଫଟାଇ ଲହୁଲୁହାଣ କଲେ କନଷ୍ଟେବଳ

ରାଉରକେଲା(ଓଡ଼ିଶା ଭାସ୍କର): ଆରପିଏଫ୍ କନଷ୍ଟେବଳଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଜଣେ ମହିଳା ଇଞ୍ଜିନିୟର । ଆୟତ ଇଞ୍ଜିନିୟର ଜଣଙ୍କର ନାଁ ଅନିତା ରାଜ ହୋଇଥିବା ବେଳେ ସେ ଏନେଇ ରାଉରକେଲା ଜିଆରପି ଥାନାରେ ଏତଲା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଅନିତା ରାଜ ‘ଗୀତାଞ୍ଜଳୀ ଏକ୍ସପ୍ରେସ’ରେ ଯାଉଥିବା ବେଳେ ତାଙ୍କ ପାଖରେ ଟିକେଟ ନଥିଲା । ଏହାକୁ ନେଇ ଯୁକ୍ତିତର୍କ ପରେ କନଷ୍ଟେବଲ ପିଟିଥିବା ସେ ଅଭିଯୋଗ କରିଛନ୍ତି । କନଷ୍ଟେବଳଙ୍କ ମାଡ଼ରେ ତାଙ୍କ ମୁଣ୍ଡ ଫାଟିଥିବା ଅନିତା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ରାଉରକେଲା ପୋଲିସ ।

Get real time updates directly on you device, subscribe now.