ନୂଆଦିଲ୍ଲୀ: ଜୀବନମାନେ ପ୍ରେମ । ଭଲପାଇବା ଏଭଳି ଏକ ଜିନିଷ କେତେବେଳେ କାହା ସହିତ ବି ହୋଇପାରେ । ସେ ମଣିଷ ହେଉଛି ପଶୁ, ପ୍ରେମ ସମସ୍ତଙ୍କୁ ହୋଇଥାଏ । ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଭିଡିଓ । ନାଗର ମୃତ୍ୟୁକୁ ସହି ନପାରି ନାଗୁଣୀ ଜଗି ରହିଥିବା କଥା ଦେଖାଯାଇଛି ।
କୁହାଯାଏ, ନାଗ କିମ୍ବା ନାଗୁଣୀର ମୃତ୍ୟୁ ହେବା ପରେ ସେମାନେ ପ୍ରତିଶୋଧ ନେଇଥାନ୍ତି । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଜଣେ ଚାଷୀ ନିଜ ବିଲ ସଫା କରୁଥିଲେ । ଏହି ସମୟରେ ମେସିନରେ ନାଗର ମୃତ୍ୟୁ ହୋଇଥିଲା । ଏହାପରେ ନାଗୁଣୀ ଦେଖି ସେଠାକୁ ଆସିଯାଇଥିଲା । କାହାକୁ ବି ଜମି ପାଖକୁ ଯିବାକୁ ଦେଇନଥିଲା ।
ଏହାପରେ ସମସ୍ତେ ଭୟଭୀୟ ହୋଇ ସାପ ଧରାଳିଙ୍କୁ ଡକାଯାଇଥିଲା । ଏହାପରେ ନାଗୁଣୀକୁ ଚିକିତ୍ସା କରାଯାଇ ନାଗକୁ ଉଦ୍ଧାର କରାଯାଇଥିଲା । ତେବେ ନାଗ ନାଗୁଣୀର ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁହେଁ ଜମିରେ 15ରୁ ଉର୍ଦ୍ଧ୍ବ ବର୍ଷ ରହି ଆସୁଥିବା ବେଳେ ଏକାଠି ନଜରକୁ ଆସୁଥିଲେ । ତେହେ ହଠାତ୍ ନାଗର ମୃତ୍ୟୁକୁ ଦେଖି ସହିପାରିନଥିଲା ନାଗୁଣୀ । ବିଚ୍ଛେଦକୁ ସହିନପାରି ପ୍ରତିଶୋଧ ନେବା ପାଇଁ ଜଗି ରହିବା ସହିତ ଦୁଃଖ ପ୍ରକାଶ କରୁଛି । ତେବେ ଏହି ଭିଡିଓ ସମସ୍ତଙ୍କ ହୃଦୟକୁ ଛୁଉଁଥିବା ଦେଖାଯାଇଛି ।
शिवपुरी : नाग की मौत के बाद भी पास बैठी रही नागिन: नरवर के ग्राम छतरी की घटना, सर्पमित्र ने बताया- लगभग 17 साल से साथ था जोड़ा pic.twitter.com/aisPkxLqIT
— Danish Gul Junaid (@DanishgulJunaid) January 2, 2025