fbpx
BJD SKY
BJD SKY

SBI ଓ BOB ଦେଉଛି ଜୋରଦାର ଫେଷ୍ଟିଭାଲ ଅଫର, ସପିଂ ଉପରେ ମିଳୁଛି ୧୦,୦୦୦ଟଙ୍କାର ରିହାତି

BJD

ନୂଆଦିଲ୍ଲୀ: ଏବେ ପାର୍ବଣ ଋତୁ ଚାଲୁଛି । ଏହି କ୍ରମରେ ଘରୋଇ ବ୍ୟାଙ୍କ ସହିତ ସରକାରୀ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କୁ କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ସପିଂ ଉପରେ ଡିସକାଉଣ୍ଟ ଅଫର ପ୍ରଦାନ କରୁଛି । ଏହିପରି ଫେଷ୍ଟିଭ୍ ଅଫର ଏସବିଆଇ କାର୍ଡ ଓ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ମଧ୍ୟ ପ୍ରଦାନ କରାଯାଉଛି । ଗ୍ରାହକଙ୍କ ପକ୍ଷରୁ କାର୍ଡରେ ସପିଂ କ୍ଷେତ୍ରରେ ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ।

ପାର୍ବଣ ଋତୁକୁ ଧ୍ୟାନରେ ରଖି ଏସବିଆଇ କାର୍ଡ ଏକ ଆକର୍ଷଣୀୟ ଅଫର ଲଞ୍ଚ କରିଛି । ଏହି ଅଫରରେ କ୍ରେଡିଟ୍ କାର୍ଡରେ ରିଲାଏନ୍ସ ଡିଜିଟାଲରୁ ସପିଂ କରିବା ଦ୍ୱାରା ଗ୍ରାହକଙ୍କୁ ୧୦,୦୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳୁଛି । ସବୁଠାରୁ ବଡକଥା ହେଉଛି ଏହି ଅଫରର ଲାଭ ଆପଣ ଇଏମଆଇରେ କ୍ରୟ ଉପରେ ବି ପାଇପାରିବେ । କିନ୍ତୁ ଏଥିରେ କିଛି ସର୍ତ୍ତ ରହିଛି । ଆପଣଙ୍କୁ ଏହି ଅଫରର ଫାଇଦା ୧୦,୦୦୦ଟଙ୍କାରୁ ଅଧିକ ସପିଂ ଉପରେ ହିଁ ମିଳିବ । ଏହି ଅଫରର ଫାଇଦା ୫ ନଭେମ୍ବର ପର୍ଯ୍ୟନ୍ତ ମିଳିବ ।

ସେହିପରି ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ମଧ୍ୟ ଡେବିଟ୍ କାର୍ଡରେ ଅଫର ପ୍ରଦାନ କରାଯାଉଛି । ଯଦି ଆପଣ ବ୍ୟାଙ୍କ ଅଫ୍ ବରୋଦାର ଡେବିଟ୍ କାର୍ଡରେ ମିଶୋ ଆପ୍‌ରେ ସପିଂ କରିବେ ତେବେ ୧୦% ପର୍ଯ୍ୟନ୍ତ ରିହାତି ମିଳିବ । ଏହାର ସର୍ତ୍ତ ରହିଛି କି ଆପଣଙ୍କ ନ୍ୟୁନତମ ଅର୍ଡର ୬୦୦ଟଙ୍କାର ହେବା ଉଚିତ ଓ ରିହାତି ୨୦୦ ଟଙ୍କାରୁ ଅଧିକ ମିଳିପାରିବ ନାହିଁ । ଏହି ଅଫରର ଫାଇଦା ୬ ନଭେମ୍ବର ପର୍ଯ୍ୟନ୍ତ ନେଇପାରିବେ ।

Get real time updates directly on you device, subscribe now.