fbpx

୫୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ନର୍ମଦା ନଦୀଗର୍ଭକୁ ଖସିଲା ବସ୍: ୧୨ ଜଣଙ୍କ ଶବ ଉଦ୍ଧାର, ଚାଲିଛି ରେସକ୍ୟୁ ଅପରେସନ୍

ନୂଆଦିଲ୍ଲୀ: ଅନେକ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଏକ ବସ୍ ନଦୀ ଗର୍ଭକୁ ଖସି ପଡ଼ିଛି । ମଧ୍ୟପ୍ରଦେଶର ଖରଗୋନ ଓ ଧାର ଜିଲ୍ଲାର ସୀମାରେ ପ୍ରବାହିତ ନର୍ମଦା ନଦୀକୁ ଯାତ୍ରୀବାହୀ ବସଟି ଖସି ପଡ଼ିଥିଲା । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରୁଥିଲା । ଏହି ଖବର ପାଇବା ପରେ ପୋଲିସ-ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଦେଇଛନ୍ତି ।

ତେବେ ଯାତ୍ରୀବାହୀ ବସରେ ପାଖାପାଖି ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ନଦୀ ଗର୍ଭରୁ ୧୨ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ଖରଗୋନ ଏସପି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ଧାମନୋଦ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଏନଡିଆରଏଫ୍ ଟିମକୁ ନିୟୋଜିତ କରାଯାଇଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଦୁଃଖପ୍ରକାଶ କରିଛନ୍ତି । ସେ ଘଟଣାସ୍ଥଳକୁ ଏସଡିଆରଏଫ ଟିମକୁ ପଠାଇବା ସହ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବସଟି ପ୍ରଥମେ ଖଲଘଟ ବ୍ରିଜ ସହ ଧକ୍କା ହୋଇଥିଲା ଓ ଏହାପରେ ୧୦୦ ଫୁଟ ଗଭୀର ନର୍ମଦା ନଦୀ ଗର୍ଭକୁ ଖସି ପଡ଼ିଥିଲା ।

Get real time updates directly on you device, subscribe now.