fbpx

‘ଖରାପ ଆତ୍ମା କବଳରେ ଝିଅ…’ କହି ଘରେ ପଶିଆସିଲା ତାନ୍ତ୍ରିକ: ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ

ନୂଆଦିଲ୍ଲୀ: ମହିଳାଙ୍କ ପ୍ରତି ଦୁଷ୍କର୍ମ ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବିହାରର ସୀତାମଢ଼ୀରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କ ମଧ୍ୟ ମୁଣ୍ଡରେ ହାତ ଦେବେ । ନାବାଳିକା ଦେହରେ ଖରାପ ଆତ୍ମା ପ୍ରବେଶ କରିଥିବା କହି ଜଣେ ତାନ୍ତ୍ରିକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୀଡିତାଙ୍କ ମା’ ଥାନାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ, ପୀଡିତାଙ୍କ କହିଛନ୍ତି ଯେ ସେ ନିଜ ଝିଅ ସହ ଘରେ ଥିଲେ । ଅଚାନକ୍ ଜଣେ ତାନ୍ତ୍ରିକ ଘରେ ପଶିଆସିଥିଲା । ତୁମ ଝିଅ ଖରାପ ଆତ୍ମା କବଳରେ ଅଛି ଓ ତୁମେ ବାହାରକୁ ଯାଅ ବୋଲି ତାନ୍ତ୍ରିକ କହିଥିଲା । ଏହା ପରେ ତାନ୍ତ୍ରିକ ତାଙ୍କ ଝିଅକୁ ଘରେ କବାଟ ଦେଇ ଦୁଷ୍କର୍ମ କରିବାରେ ଲାଗିଥିଲା । ନାବାଳିକା ଜଣକ ବିରୋଧ କରିବାରୁ ସେ ତାଙ୍କୁ ଗାଳି ମଧ୍ୟ ଦେଇଥିଲା ।

ଏହି ଘଟଣା ସପ୍ତାହେ ପୂର୍ବରୁ ଆରମ୍ଭ ହୋଇଥିଲା ଓ ପଞ୍ଚାୟତ ପକ୍ଷରୁ ମାମଲାକୁ ତୁଟାଇବାକୁ ପ୍ରୟାସ କରାଯାଇଥିଲା । ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ପୀଡିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । କିନ୍ତୁ ପୀଡିତାଙ୍କ ପରିବାର ଲୋକ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଥିଲେ । ଅବଶ୍ୟ ଅଭିଯୋଗ ପରେ ନିଜର ବାବା କହୁଥିବା ଅଭିଯୁକ୍ତ ସନାଉଲା ରହମାନକୁ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.