fbpx

ଚଳନ୍ତା ଗାଡ଼ି ଉପରେ ଷ୍ଟଣ୍ଟ ଦେଖାଉଥିଲା ହିରୋ, ଗୋଟିଏ ଝଟକାରେ ଏକା ଥରକେ ଜିରୋ, ଦେଖନ୍ତୁ Video

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଉଦଭ୍ରାନ୍ତ ଯୁବକ ଦୁଃସାହିକ ଷ୍ଟଣ୍ଟ ଦେଖାଇ ନିଜର ହିରୋଗିରି ଦେଖାଇଥାନ୍ତି । ତେବେ ଏହାର ପରିଣାମ ମଧ୍ୟ ସେମାନଙ୍କୁ ମିଳିଥାଏ । ଏକ ଚଳନ୍ତା ଗାଡ଼ି ଉପରେ ପୁସ-ଅପ୍ ମାରିବା ସହ ନିଜକୁ ଶକ୍ତିମାନ ବୋଲି ପ୍ରମାଣ କରିବାକୁ ଯାଇ ସଙ୍କଟଜନକ ସ୍ଥିତିରେ ପଡ଼ିଯାଇଛନ୍ତି ଜଣେ ଯୁବକ । ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଉତ୍ତରପ୍ରଦେଶରୁ ରାଜଧାନୀ ଲକ୍ଷେ୍ନøରୁ ଏଭଳି ଘଟଣାଟି ଆସିଛି । ଯୁବକ ଜଣଙ୍କ ଏକ ଚଳନ୍ତା ଗାଡ଼ିର ଛାତ ଉପରେ ପୁସ-ଅପ୍ କରୁଥିବା ଭିଡିଓରୁ ଜଣାପଡ଼ୁଛି । ରାତି ସମୟରେ ରାସ୍ତାର ଦୁଇ ପାଖରେ ଲାଇଟ୍ ଜଳୁଥିଲା । ନିର୍ଜନ ରାସ୍ତାର ସୁଯୋଗ ନେଇ ଯୁବକ ଜଣଙ୍କ ନିଜକୁ ସର୍ବେସର୍ବା ଭାବି ହିରୋଗିରି ସାବ୍ୟସ୍ତ କରିବାର ଏକ ଚାନ୍ସ ପାଇଯାଇଥିଲେ ।

ତେବେ ଯୁବକଙ୍କୁ ଏହି ହିରୋଗିରିର ଭୟଙ୍କର ମୂଲ୍ୟ ଦେବାକୁ ପଡ଼ିଛି । କିଛି ସମୟ ପରେ ଯୁବକ ଜଣଙ୍କ ନିଜର ଭାରସାମ୍ୟ ହରାଇ ବସିଥିଲେ ଓ ସିଧାସଳଖ ବିଚ ସଡ଼କରେ କଚାଡ଼ି ହୋଇ ପଡ଼ିଥିଲେ । ଏହାପରେ ଆମର ହିରୋ ଗମ୍ଭୀର ଭାବେ ଆହତ ହୋଇ ହସ୍ପିଟାଲ ବେଡରେ ଦୃଶ୍ୟମାନ ହେଉଛନ୍ତି । ଏହି କଥାଟି ପ୍ରଥମରୁ ମଜାଳିଆ ଲାଗୁଥିଲେ ହେଁ ଶେଷକୁ ପୂରା ପାଥେଟିକ୍ ଆସିଯାଇଥିଲା । ୪୪ ସେକେଣ୍ଡର ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୮୬ ହଜାର ଥର ଦେଖା ସରିଲାଣି । ଭିଡିଓ ଦେଖିବା ପରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.