ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ଭାଜପା ସରକାର ଏକ ଲାଭଜନକ ଘୋଷଣା କରିଛନ୍ତି । ରାଜ୍ୟର ୧୮ଟି ମେଡିକାଲ କଲେଜରେ ଏବେ ଏମବିବିଏସ୍ କୋର୍ସ ଫିକୁ ୪ ଲକ୍ଷରୁ ହ୍ରାସ କରାଯାଇ ୧.୪୫ ଲକ୍ଷ କରାଯାଇଛି । ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ଦୀପାବଳୀ ଉପଲକ୍ଷେ ଏହି ବୋନସ୍ ପ୍ରଦାନ କରାଯାଇଛି । ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଅଧ୍ୟକ୍ଷତା ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀ, ଛାତ୍ର ଓ ମହିଳାମାନେ ଏହି ବୋନସର ଫାଇଦା ଉଠାଇ ପାରିବେ । ତେବେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲେ ହେଁ ସେ ଉପରେ କୌଣସି ଆଲୋଚନା ହୋଇନଥିଲା । ଏଥିସହିତ ଆଶାକର୍ମୀମାନଙ୍କ ପ୍ରୋତ୍ସାହନ ରାଶି ୧ ହଜାର ଟଙ୍କାରୁ ବୃଦ୍ଧି କରାଯାଇ ୨ ହଜାର କରାଯାଇଛି । ୧୦ମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଟ୍ୟାବଲେଟ ପ୍ରଦାନ ପ୍ରକ୍ରିୟାରେ ରହିଥିବା ସର୍ତ୍ତରେ ପରିବର୍ତ୍ତନ ନେଇ କ୍ୟାବିନେଟରେ ସ୍ୱୀକୃତି ଦିଆଯାଇଛି।