fbpx

ଇ-କମର୍ସ ପ୍ଲାଟଫର୍ମର ଦୁଇ କମ୍ପାନୀ ମୁହାଁମୁହିଁ, ଜାଣନ୍ତୁ କାହାର ପଲା ଭାରି

ଓଡିଶା ଭାସ୍କର: ଆସିଛି ପାର୍ବଣ ଋତୁ । ସବୁଠି ମନଲୋଭା ଅଫର । ବନସ ଟଙ୍କାରେ ଘରକୁ କିଛି ନା କିଛି ନୂଆ ନେବାକୁ ସମସ୍ତଙ୍କ ଭିତରେ ରହିଛି ଆଗ୍ରହ । ତେବେ ବର୍ତ୍ତମାନ ଅନଲାଇନ ସୋପିଂର ଯୁଗ ହୋଇଥିବାରୁ ବିଭିନ୍ନ କମ୍ପାନୀ ବଢିଚଢି ଅଫର ଦେଉଛନ୍ତି । ଏଥିରେ ଆମାଜନ ଓ ଫ୍ଲିପକାର୍ଟ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ତେବେ ଏହି ଦୁଇ କମ୍ପାନୀ ଭିତରୁ କିଏ ଦେଉଛି ଭଲ ଅଫର? ଏଥିରେ କି ପ୍ରକାର ବ୍ୟବସ୍ଥା ରହିଛି ତାହା ଜାଣିବା ନିହାତି ଜରୁରୀ ।

ଆମାଜନ ୨୭ ତାରିଖରୁ ଆରମ୍ଭ କରିଛି ଗ୍ରେଟ ଇଣ୍ଡିଆନ ସେଲ ୨୦୨୪, ଯାହା ପ୍ରାଇମ ମେମ୍ବରଙ୍କ ପାଇଁ ଆରମ୍ଭ ହୋଇଥିଲା ୨୬ ତାରିଖରୁ । ଏହି ଅଫରରେ ୬୦ ପ୍ରତିଶତ ଡିସ୍କାଉଣ୍ଟ ରହିଛି ସ୍ମାର୍ଟଫୋନ, ଲାପଟପ, ହୋମ ଗାଜେଟ ପରି ସାମଗ୍ରୀରେ । କପଡା, ଫୁୱେର, ଏକ୍ସେସୋରିଜ ଉପରେ ରହିଛି ୭୦ ପ୍ରତିଶତ ଡିସକାଉଣ୍ଟ ।

ସେହିପରି ଘରକରଣା ସାମଗ୍ରୀ, ଯେମିତି ରୋଷେଇ ସାମଗ୍ରୀ, ଘରର ଆସବାବ ପତ୍ର ଆଦିରେ ରହିଛି ୫୦ ପ୍ରତିଶତ ରିହାତି । ସାମଗ୍ରୀ କିଣିବା ବେଳେ ଏକାଧିକ ସାମଗ୍ରୀ କିଣିଲେ ଅଛି ଆହୁରି ଅଧିକ ଅଫର । ଏହାବ୍ୟତୀତ, ସପିଂ ବେଳେ ଦେଶରେ ସବୁଠାରୁ ଅଧିକ ପ୍ରଚଳିତ ହେଉଥିବା ଏସବିଆଇ ଡେବିଟ ଓ କ୍ରେଡିଟ୍ କାର୍ଡରେ ହ୍ୟୁଜ ଡିସ୍କାଉଣ୍ଟ ପାଇହେବ ।

ଅନ୍ୟପଟରେ ଫ୍ଲିପକାର୍ଟ ଲୋକଙ୍କୁ ନିଜଆଡକୁ ଆକୃଷ୍ଟ କରିବାକୁ ମଧ୍ୟ ଚଳିତ ୨୭ରୁ ତାର ବିଗ ବିଲିୟନ ଅଫର ଚଳାଇଛି । ଏଥିରେ କପଡା, ଯୋତା, ଆକ୍ସେସୋରିଜ ଆଦି ଉପରେ ଦିଆଯାଉଛି ୭୦ ପ୍ରତିଶତ ରିହାତି । ତା ତଳକୁ ଅଧିକ ଅଫର ଥିବା ସାମଗ୍ରୀ ହେଉଛି ଇଲୋକ୍ଟ୍ରୋନିକ୍ସ ଶ୍ରେଣୀର ପ୍ରଡକ୍ଟ । ସ୍ମାର୍ଟଫୋନ, ଲାପଟପ, ହୋମ ଗାଜେଟ ଉପରେ ରହିଛି ୬୦ ପ୍ରତିଶତର ଡିସ୍କାଉଣ୍ଟ ।

ଫ୍ଲିପକାର୍ଟରେ ଘରକରଣା ସାମଗ୍ରୀ, ଯେମିତି ରୋଷେଇ ସାମଗ୍ରୀ, ଘରର ଆସବାବ ପତ୍ର ଆଦିରେ ରହିଛି ୫୦ ପ୍ରତିଶତ ରିହାତି । ସୀମିତ ସମୟ ପାଇଁ ମଧ୍ୟ ତାଠାରୁ ବଡ ଅଫର ଦେଉଛି ଫ୍ଲିପକାର୍ଟ । ସାମଗ୍ରୀ କିଣିବା କାଳରେ ଫ୍ଲିପକାର୍ଟରେ ଏଚଡିଏଫସି କ୍ରେଡିଟ୍ କାର୍ଡ ଓ ଡେବିଟ କାର୍ଡକୁ ୧୦ ପ୍ରତିଶତ ଅଧିକ ରିହାତି ଉପଲବ୍ଧ ହେଉଛି । ଉଭୟ କମ୍ପାନୀ ପ୍ରାୟତଃ ସମାନ ରିହାତି ହିଁ ପ୍ରଦାନ କରୁଛନ୍ତି ।

Get real time updates directly on you device, subscribe now.