ବଡ଼ ବିମାନ ଦୁର୍ଘଟଣା; ରନୱେରୁ ଉଡ଼ାଣ ଭରୁ ଭରୁ ବାୟୁସେନାର ଯୁଦ୍ଧ ବିମାନ ହେଲା କ୍ରାସ୍, ଦେଖନ୍ତୁ ଦୁର୍ଘଟଣାର ଭୟଙ୍କର ଭିଡିଓ…
ବାୟୁସେନାର ଯୁଦ୍ଧ ବିମାନ କ୍ରାସ । ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡରେ ଘଟିଲା ଦୁର୍ଘଟଣା ।
ମାଲେସିଆ: ବାୟୁସେନାର ଯୁଦ୍ଧ ବିମାନ କ୍ରାସ । ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡରେ ଘଟିଲା ଦୁର୍ଘଟଣା । ମାଲେସିଆର ସୁଲତାନ ହାଜି ଅହମ୍ମଦ ଶାହ ବିମାନବନ୍ଦରରେ RMAF ର ଏଫ/ଏ-18D ବମାନ ଦୁର୍ଘଟଣାର ଶିକାର ହୋଇଛି। ବିମାନରେ ଥିଲେ ମାତ୍ର 2 ଜଣ ପାଇଲଟ୍ । ତେବେ ଉଭୟ ପାଇଲଟଙ୍କୁ ଗୁରୁଚର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ।
Watch US-made fighter jet EXPLODE during takeoff
The Royal Malaysian Air Force FA/18 Hornet burst into flames as it left the runway, before crashing to earth in a blazing fireball
The US has lost six F/A-18s in the last ten months pic.twitter.com/DOoLLXgDyx
— RT (@RT_com) August 21, 2025
ଏହି ଘଟଣା ରାତି ପ୍ରାୟ 9:05 ରେ ରନୱେରେ ଘଟିଥିଲା। ରୟାଲ୍ ମାଲେସିଆନ୍ ବାୟୁସେନାର ଜନସମ୍ପର୍କ ବିଭାଗ ଏକ ବିବୃତ୍ତି ଜାରି କରି କହିଛି ଯେ ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ଏହି ଦୁର୍ଘଟଣା ବେଳର ଭୟଙ୍କର ଭିଡିଓ ଏବେ ସାମ୍ନାକୁ ଆସିଛି ।
ପାଇଲଟଙ୍କ ଅବସ୍ଥା ବିଷୟରେ କୌଣସି ସରକାରୀ ସୂଚନା ମିଳିନାହିଁ । କିନ୍ତୁ ବାୟୁସେନା ଏବଂ ସେନା ଅଧିକାରୀମାନେ ହସ୍ପିଟାଲରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଘଟଣା ପରଠାରୁ ଏୟାରବେସ୍ ଏବଂ ସହରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦୁର୍ଘଟଣାର ତଦନ୍ତ ବାୟୁସେନାର ବରିଷ୍ଠ ଅଧିକାରୀମାନେ କରୁଛନ୍ତି।