fbpx

ଅର୍ଚ୍ଚନା ମାମଲା ପହଞ୍ଚିଲା ହାଇକୋର୍ଟରେ, ବେଆଇନ ସମ୍ପତ୍ତିର ED ତଦନ୍ତ ନେଇ ଉଠିଲା ଦାବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ସାରା ରାଜ୍ୟରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଅର୍ଚ୍ଚନା ମାତ୍ର କେଇ ବର୍ଷ ମଧ୍ୟରେ କେମିତି କୋଟି କୋଟି ଟଙ୍କାର ମାଲିକାଣୀ ପାଲଟିଗଲା ତାହା ସମସ୍ତଙ୍କ ମନରେ ଏବେ ମୁଖ୍ୟ ପ୍ରଶ୍ନ ହୋଇ ହୋଇଛି । କେବଳ ଏତିକିରେ ସରିନଥିଲା ଅର୍ଚ୍ଚନାଙ୍କ କାରନାମା, ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସେ ତାଙ୍କର ମାୟାଜାଲରେ ପକାଇ ଅଜସ୍ର ଅର୍ଥ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ତେବେ ଏହା ମଧ୍ୟରେ ଅର୍ଚ୍ଚନାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଅର୍ଚ୍ଚନାଙ୍କ ମାମଲା ଏବେ ହାଇକୋର୍ଟରେ ପହଞ୍ଚି ସରିଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭୁବନେଶ୍ୱର ଡିସିପିଙ୍କ ସହିତ ୭ ଜଣଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି । ଅର୍ଚ୍ଚନାଙ୍କ ନାମରେ ଅଜସ୍ର ବେଆଇନ ସମ୍ପତ୍ତି ରହିଛି । ତେଣୁ ଏହି ମାମଲାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରିବା ନେଇ ଦାବି କରାଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଅର୍ଚ୍ଚନାଙ୍କୁ ନେଇ ଅନେକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଥିଲା । ପାନୀୟରେ ନିଶା ଦେଇ ନଗ୍ନ ଭିଡିଓ ଶୁଟିଂ କରିଥିବା ନେଇ ଜଣେ ପୀଡ଼ିତା ଥାନାରେ ଏତଲା ଦେଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ପୀଡ଼ିତାଙ୍କ ସହିତ ଫିଲ୍ମ ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କର ଗୁପ୍ତ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ଅର୍ଚ୍ଚନା । ଏହି ରେକର୍ଡ ଭିଡିଓକୁ ନେଇ ଅର୍ଚ୍ଚନା ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲେ ।

Get real time updates directly on you device, subscribe now.