ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା, ଶେଷରେ ସିଂହବାହିନୀ ଯିବେ ପୀୟୂଷ ତ୍ରିପାଠୀ
ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ବର୍ଷେ ପରେ ସିଂହବାହିନୀ ମଞ୍ଚ ଚଢିବେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । ଏନେଇ ଏକ ପ୍ରେସମିଟରେ ସେ ଏହି ଖୁଲାସା କରିଛନ୍ତି ।
ଭୁବନେଶ୍ବର: ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ବର୍ଷେ ପରେ ସିଂହବାହିନୀ ମଞ୍ଚ ଚଢିବେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । ଏନେଇ ଏକ ପ୍ରେସମିଟରେ ସେ ଏହି ଖୁଲାସା କରିଛନ୍ତି । ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ବିବାଦ ନେଇ ସେ ପ୍ରେସମିଟରେ ମତ ରଖିଛନ୍ତି ।
ସେ କହିଲେ“5 ବର୍ଷ ଡିଲ୍ କରିଛି ଯିବି କୁଆଡେ । ଆସନ୍ତା ବର୍ଷରୁ ପୁଣିଥରେ ସିଂହବାବିନୀ ମଞ୍ଚରେ ମୋତେ ଦେଖିବାକୁ ପାଇବେ ଦର୍ଶକ । ସେ ଆହୁରି କହିଛନ୍ତି ଯଦି ଦର୍ଶକଙ୍କ ଭଲପାଇବା ମିଳେ ତେବେ ଏବର୍ଷ ବି ଯାତ୍ରା କରିବି । କାରଣ ମୁଁ ପୂର୍ବରୁ ସିଂହବାହିନୀ ସହ ଜଡିତ ଅଛି”।
ସେ ଆହୁରି କହିଛନ୍ତି ଯେ, “ମୁଁ ଶବ୍ଦଟିକୁ ଛାଡ଼ି ଦେଲେ ସବୁ ବିବାଦ ସମାଧାନ । ମୁଁ ଛାଡ଼ି ଆମେ ହୋଇଯିବାକୁ ସମସ୍ତଙ୍କୁ ଅପିଲ କରୁଛି”। ମାଲିକ ସଂଘକୁ ସମ୍ମାନ ଦେବା କଳାକାରଙ୍କ ଦାୟିତ୍ବ । 2026ରୁ 2030 ପର୍ଯ୍ୟନ୍ତ ସଂହବାହିନୀ ସହ ରହିବି ବୋଲି ପୀୟୂଷ କହିଛନ୍ତି ।
ସେପଟେ ସୂର୍ଯ୍ୟମନ୍ଦିର ମାଲିକଙ୍କ ଧମକ ପ୍ରସଙ୍ଗରେ ମଧ୍ୟ ରଖିଲେ ମତ । “ଏହାକୁ ଧମକ ଭାବୁ ନାହିଁ , ଏହା ତାଙ୍କର ମୋ ପ୍ରତି ଭଲପାଇବା” ବୋଲି କହିଛନ୍ତି ପୀୟୁଷ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ୟା ପୂର୍ବରୁ ଥିଲା । ସମସ୍ୟାର ଅନ୍ତ ବି ହୋଇନି । ସେଥିପାଇଁ ବାଧ୍ୟ ହୋଇ ମୁଁ ଯାତ୍ରା ଜଗତରୁ ବର୍ଷକ ପାଇଁ ଛୁଟି ନେଇଥିଲି । ଦୁଇ ମାଲିକଙ୍କ ସମ୍ମାନକୁ ଜଗି ମୁଁ ସ୍ୱାସ୍ଥ୍ୟଗତ ସମ୍ମାନ ଜଣାଇ ବର୍ଷକ ପାଇଁ ଯାତ୍ରାରୁ ବିରାମ ନେଇଥିଲି । ଏବେ ଅନ୍ୟ କେଉଁଠିକି ଯିବାର ପ୍ରଶ୍ନ ହିଁ ନାହିଁ ।