fbpx

Finance Minister ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଦେଲେ ବଡ଼ ଖୁସି ଖବର: ଜାଣନ୍ତୁ ଜନତାଙ୍କ ଉପରେ ଏହାର ପ୍ରଭାବ କିପରି ରହିବ

ନୂଆଦିଲ୍ଲୀ: ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଖୁସି ଖବର ଦେଇଛନ୍ତି । ଚଳିତ ବର୍ଷ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଦୁଇ ଟଙ୍କ ଟପିବ । ଦେଶର ଅର୍ଥ ବ୍ୟବସ୍ଥା ଆଗାମୀ ଦିନରେ ଆହୁରି ସୁଧୁରିବ । ଏଥିସହିତ ଶିକ୍ଷା, ସ୍ୱାସ୍ଥ୍ୟର ଭିତ୍ତିଭୂମି କ୍ଷେତ୍ରରେ ଅଧିକ ସୁବିଧା ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ତେବେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବ ନାହିଁ ଏହା ଅର୍ଥମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହୋଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ଦୁଇ ଅଙ୍କ ଟିପିବାର ସମ୍ଭାବନା ରହିଛି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ମଜବୁତ ସ୍ଥିତିରେ ରହିଛି । ଅନ୍ୟ ରାଷ୍ଟ୍ରଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ମଧ୍ୟ ଭାରତ ପ୍ରସ୍ତୁତ ରହିଛି । ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଦେଶର ଅର୍ଥ ବ୍ୟବସ୍ଥା ୧୩.୫ ପ୍ରତିଶତରେ ବୃଦ୍ଧି ଘଟିଥିବା ଜଣାପଡ଼ିଥିଲା । ବିଶ୍ୱର ଅନ୍ୟ ବିକଶିତ ରାଷ୍ଟ୍ରଙ୍କ ତୁଳନାରେ ଭାରତ ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ବହୁତ ଆଗରେ ରହିଛି ।

ସରକାରଙ୍କ ପକ୍ଷରୁ ମାଗଣାରେ ବଣ୍ଟନ କରଯାଉଥିବା ଉପହାରକୁ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଥିଲେ, ଆମେ ଏଥିରେ ଚର୍ଚ୍ଚାରେ ଭାଗ ନେବା ଉଚିତ । କାରଣ ଯଦି ଆପଣ କାହାକୁ କିଛି ନିଶୁଳ୍କ ଦେଉଛନ୍ତି ତେବେ ଏହାର ଅର୍ଥ ହେଉଛି ତା’ର ବୋଝ ଅନ୍ୟ କେହି ଉଠାଉଛି । ଆଗାମୀ ଦିନରେ କ୍ଷମତାକୁ ଆସିବାକୁ ଥିବା ଯେ କୌଣସି ସରକାର ନିଜର ଆର୍ଥିକ ସ୍ଥିତିର ଆକଳନ କରିବା ପରେ ମାଗଣା ଉପହାର ପାଇଁ ଆର୍ôଥକ ବ୍ୟବସ୍ଥା କରିବା ଉଚିତ ।

Get real time updates directly on you device, subscribe now.