fbpx
BSKY SKY
BSKY SKY

ପୁଣି ଥରେ ସ୍ଥଗିତ ହେଲା NASA ର ଆର୍ଟେମିସ ୧ ମିଶନ

BSKY

ନୂଆଦିଲ୍ଲୀ: ନାସାର ଚନ୍ଦ୍ରମା ମିଶନ ଆର୍ଟେମିସ ୧ ର ଲଞ୍ଚକୁ ପୁଣିଥରେ ଘୁଞ୍ଚାଯାଇଛି । ଶନିବାର ଅଗଷ୍ଟ ୩ ତାରିଖରେ ହେବାକୁ ଥିବା ଲଞ୍ଚକୁ ପୁଣିଥରେ ସ୍ଥଗିତ କରାଯାଇଛି । କୁହାଯାଉଛି ରକେଟରୁ ଇନ୍ଧନ ଲିକ୍ କରିୀବା ଯୋଗୁଁ ପୁଣି ଥରେ ମିଶନକୁ ସ୍ଥଗିତ କରାଯାଇଛି । ତେବେ ପୁନଶ୍ଚ ଏହା କେବେ ଲଞ୍ଚ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ଏହା ପୂର୍ବରୁ ୨୯ ଅଗଷ୍ଟ ୨୦୨୨ ରେ ଏହି କାରଣରୁ ରକେଟ୍ ଲଞ୍ଚିଂକୁ ସ୍ଥଗିତ କରାଯାଇଥିଲା ।

ବର୍ତ୍ତମାନ ରକେଟର କୋର ଷ୍ଟେଜରୁ ନିର୍ଗତ ହେଉଥିବା ଲିକ୍ୱିଡ୍ ହାଇଡ୍ରୋଜେନ୍ ଯୋଗୁଁ ଲଞ୍ଚ ବନ୍ଦ କରାଯାଇଛି । ରକେଟରେ ଇନ୍ଧନ ଭାବରେ ସୁପର-କୁଲ୍ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନ୍ ଭର୍ତ୍ତିକରାଯାଇଥାଏ । କିନ୍ତୁ ଲିକ୍ ହେବା କାରଣରୁ ଏହାକୁ ବନ୍ଦ କରାଯାଇଛି ।

ଆର୍ଟେମିସ ୧ ନାସାର ମାର୍ସ ପର୍ସିଭରେନ୍ସ ରୋବର ପରେ ମହତ୍ୱପୂର୍ଣ୍ଣ ମିଶନ ଅଟେ । ନାସାର ସ୍ପେସ ଲଞ୍ଚ ସିଷ୍ଟମ(ଏସଏଲଏସ) ରକେଟ ଦ୍ୱାରା ଓରିୟନ ସ୍ପେସସିପ୍ କୁ ଚନ୍ଦ୍ରମାକୁ ପଠାଇବାକୁ ଚାହୁଛି । ଏହି ମିଶନ ୪୨ ଦିନ ୩ ଘଣ୍ଟା ଏବଂ ୨୦ ମିନିଟ୍ ର ଅଟେ । ଯେଉଁଥିରେ ଓରିୟନ ସ୍ପେସସିପ୍ ପୃଥିବୀ ଯାଇ ଚନ୍ଦ୍ରମାର ଦୁଇଥର ପରିକ୍ରମା କରି ଫେରିବ । ଏହା ଏକ ମାନବବିହୀନ ମିଶନ ।

Get real time updates directly on you device, subscribe now.