fbpx

ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ବଜେଟରେ ହୋଇପାରେ ବଡ଼ ଘୋଷଣା: କ’ଣ ରହିଛି ଅର୍ଥମନ୍ତ୍ରୀଙ୍କ ଯୋଜନା

Advertisement

ନୂଆଦିଲ୍ଲୀ: ଆସନ୍ତା ମାସ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ । ତେବେ ଚଳିତ ବଜେଟରେ ଅର୍ଥମନ୍ତ୍ରୀ ଦେଶର ମଧ୍ୟବିତ୍ତ ଶ୍ରେଣୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି । ବର୍ତ୍ତମାନ ସମୟରେ ସାରା ବିଶ୍ୱର କିଛି ଦେଶରେ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଅନେକ ଅନ୍ତରାଷ୍ଟ୍ରୀୟ କମ୍ପାନୀ କର୍ମଚାରୀଙ୍କୁ ଛଟେଇ ଆରମ୍ଭ କରିଛନ୍ତି ।

ତେବେ ଦେଶରେ ଦେଖାଦେଇଥିବା ମହଙ୍ଗା ମାଡ଼, ବେରୋଜଗାର ପ୍ରଭାବରେ ମଧ୍ୟବିତ ଶ୍ରେଣୀ କଲବଲ ହେଉଥିବାରୁ ଏ ବାବଦରେ ଅର୍ଥମନ୍ତ୍ରୀ ବଜେଟରେ କିଛି ବଡ଼ ଘୋଷଣା କରିପାରନ୍ତି । ତେବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣ ବଜେଟ ହୋଇଥିବାରୁ ଏହା ଉପରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିଜିନେସ୍ ମ୍ୟାନଙ୍କ ନଜର ରହିଛି । ତେବେ ଅନ୍ତିମ ପୂର୍ଣ୍ଣ ବଜେଟରେ ମିଡିଲ କ୍ଲାସଙ୍କୁ ଟ୍ୟାକ୍ସ କ୍ଷେତ୍ରରେ ଆଶ୍ୱସ୍ତି ଦେଇପାରନ୍ତି ଅର୍ଥମନ୍ତ୍ରୀ ।

ବର୍ତ୍ତମାନ ବାର୍ଷିକ ମୁକ୍ତ ଆୟ ସୀମା ୨.୫ ଲକ୍ଷ ଉପରେ ଟ୍ୟାକ୍ସ ଲାଗୁଛି । ଗତ ୨୦୧୪-୧୫ଠାରୁ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେଣୁ ମହଙ୍ଗାକୁ ଦୃଷ୍ଟିରେ ରଖି ଏହି ଆୟ ସୀମା ୫ ଲକ୍ଷକୁ ବୃଦ୍ଧି ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆୟକର ଧାରା ୮୦ସିରେ ଟ୍ୟୁସନ ଫିସ, ଜୀବନ ବୀମା, ଟ୍ୟାକ୍ସ ସେଭିଂ ମ୍ୟୁଚୁଆଲ ଫଣ୍ଡ, ପିପିଏଫରେ ଟ୍ୟାକ୍ସ ରିହାତି ସୀମା ୧.୫ ଲକ୍ଷ ରହିଛି । ତେଣୁ ଏହା ଏବେ ୨.୫ ଲକ୍ଷକୁ ବୃଦ୍ଧି ନେଇ ଆଶା କରାଯାଉଛି । ବେତନଭୋଗୀ କରଦାତାଙ୍କୁ ବର୍ତ୍ତମାନ ୫୦ ହଜାର ଟଙ୍କାର ମାନକ ରିହାତି ମିଳୁଥିବା ବେଳେ ଏହା ବୃଦ୍ଧି ହୋଇପାରେ ।

Get real time updates directly on you device, subscribe now.